କଟକ(ଉତ୍କଳ ନିଉଜ)୧୭/୦୭/୨୦୨୫ : ନିର୍ଯ୍ଯାତନାର ଅଗ୍ନିରେ ଦଗ୍ଧ ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ଯାଶ୍ରୀ ବିଶି ଙ୍କ ଆନୁଷ୍ଠାନିକ ହତ୍ୟାର ଅଭିଯୁକ୍ତ ମାନଙ୍କୁ ଗିରଫ, ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ଓ ବାଲେଶ୍ବର ସଦର ବିଧାୟକ ଇସ୍ତଫା ଦେବା, ଏହି ଘଟଣାର ନ୍ୟାୟିକ ତଦନ୍ତ ଦାବି କରି ଧାମରା ବନ୍ଦର, ଧାମରା ମତ୍ସ୍ଯ ପୋତାଶ୍ରୟ, ଚାନ୍ଦବାଲି ବଜାର, ଘଣ୍ଟେଶ୍ୱର ବଜାର, ମତୋ ବଜାର, ଦିଗଛିଆ ବଜାର, ରାଜ୍ୟ ରାଜପଥ, ଚାନ୍ଦବାଲି ମହାବିଦ୍ୟାଳୟ, ଘଣ୍ଟେଶ୍ୱର ମହାବିଦ୍ୟାଳୟ, ମତୋ ମହାବିଦ୍ୟାଳୟ, ବ୍ଲକର ସମସ୍ତ ବିଦ୍ୟାଳୟ, ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ଚାନ୍ଦବାଲି କୋର୍ଟ, ଏନ୍ ଏ ସି କାର୍ଯ୍ୟାଳୟ ଆଦି ବଂଦ ରହିଥିଲା । ଏହି ବଂଦକୁ ଚାନ୍ଦବାଲି ବ୍ଲକବାସୀ ସ୍ୱତଃ ଭାବେ ସଫଳ କରିଥିଲେ।

ବ୍ଲକ ବ୍ୟାପି ଏହି ବନ୍ଦ ଆନ୍ଦୋଳନରେ ଜାତୀୟ କଂଗ୍ରେସ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଅମୀୟ ମହାପାତ୍ର, ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର ଦାସ,କଂଗ୍ରେସ ଚାନ୍ଦବାଲି ବ୍ଲକ ସଭାପତି ବୈଲୋଚନ ପଣ୍ଡା, ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ସିପିଆଇ(ଏମ)ର ଅନ୍ୟତମ ଜିଲ୍ଲା କମିଟି ସଭ୍ୟ ମଳୟ ଭୋଇ, ସିପିଆଇ(ଏମ) ଚାନ୍ଦବାଲି ଆଞ୍ଚଳିକ କମିଟି ସଂପାଦକ ଗୌରାଙ୍ଗ ଯେନା, ବରିଷ୍ଠ ବାମପନ୍ଥୀ ନେତା ବ୍ରହ୍ମାନନ୍ଦ ପରିଡା, ସିପିଆଇ ଚାନ୍ଦବାଲି ଜୋନ ସଂପାଦକ ଅନନ୍ତ ମହାନ୍ତି, ସିପିଆଇ ଯୁବ ନେତା ଗୌରହରି ମିଶ୍ର, ଛାତ୍ର ନେତା କାହ୍ନୁ ଚରଣ ପରିଡା, ଦଳିତ ଯୁବନେତା ଅଞ୍ଜନ ଦାସ, ହାକିମ ଦାସ, ପ୍ରତାପ ମହାଳିକ,ଚାନ୍ଦବାଲି ଟାଉନ ଯୁବ କଂଗ୍ରେସ ସଭାପତି ବଦ୍ରିନାଥ ନାୟକ, କଂଗ୍ରେସ ନେତା ତାରାକାନ୍ତ ସେଠୀ, କଂଗ୍ରେସ ନେତା ସୁରେଶ ମାହୁନ୍ତ, ଯଶିପୁର ସରପଞ୍ଚ ପ୍ରମିଳା ମାଝୀ, ପୂର୍ବତନ ସରପଞ୍ଚ ଲକ୍ଷ୍ମଣ ଯେନା, ଯୁବ କଂଗ୍ରେସ ନେତା ସର୍ବେଶ୍ୱର ବେହେରା, କଂଗ୍ରେସ ନେତା ବସନ୍ତ ନାୟକ, କଂଗ୍ରେସ ନେତା ଅର୍ଜୁନ ବେହେରା, କଂଗ୍ରେସ ନେତା ଧିରେନ୍ଦ୍ର ବେହେରା, ସିପିଆଇଏମ ନେତା କାହ୍ନୁ କିଶୋର ସାହୁ, ବରିଷ୍ଠ ସିପିଆଇଏମ ନେତା କାର୍ତିକ ଖିଲାର ପ୍ରମୁଖ ନେତୃତ୍ବ ନେଇଥିଲେ । ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।