ଜୁନାଗଡ଼,(ଉତ୍କଳ ନ୍ୟୁଜ),୧୯.୦୭.୨୦୨୫: ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଦେବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ ତାତି ଦେଖାଯିବା ସହ ପ୍ରତିବାଦର ସ୍ବର ଦେଖିବାକୁ ମିଳିଥିଲା ବେଳେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ମଧ୍ୟ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା | ସକାଳ ୬ଘଣ୍ଟା ରୁ ଜୁନାଗଡ଼ ସହର ସମେତ ପାଖ ଆଖ ଅଞ୍ଚଳରେ ଏହି ବନ୍ଦକୁ ଜୋରଦାର କରାଯାଇଥିଲା | ସହରର ପ୍ରାୟ ସମସ୍ତ ବ୍ୟବସାୟିକ ଅନୁଷ୍ଠାନ, ସ୍କୁଲ, କଲେଜ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା | ବିଭିନ୍ନ ସ୍ଥାନରେ କଂଗ୍ରେସ କାର୍ଯ୍ୟକର୍ତ୍ତା ତଥା ମିଳିତ ଆଠଟି ବାମପନ୍ଥୀ ଦଳ ଶୋଭାଯାତ୍ରା କରିବା ସହ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥଲେ | ସହର ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥରେ ଯାନ ବାହାନ ଚଳାଚଳ ସମ୍ପୂର୍ଣ ଠପ ହୋଇଯାଇଥିଲା ।ଏହି ବନ୍ଦ ଡାକରାରେ କଂଗ୍ରେସ ରୁ ରାଜ୍ୟ ସଂପାଦକ ଚିତ୍ତ ରଞ୍ଜନ ନିଆଲ,କଂଗ୍ରେସ ର ବରିଷ୍ଠ ନେତା ତୁଲେଶ୍ବର ନାଏକ, ବ୍ଲକ ସଭାପତି ପରମେଶ୍ୱର ମଟେଲ,ଟାଉନ ସଭାପତି ଅମିତ ଅଗ୍ରୱାଲ, ବରିଷ୍ଠ ନେତା ପ୍ରଭାତ ଦାଶ, ସି ପି ଆଇ ନେତା ଦାମ ବେହେରା, ସି ପି ଆଇ ରୁ ରାଜାରାମ ଡୋଙ୍ଗରି, ଅକ୍ଷୟ କୁମାର ମେହେର ପ୍ରମୁଖ ନେତୃତ୍ୱ ନେଇଥିଲେ | କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l