ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଓ ଜଳ ଛାୟା ବିକାଶ ଯୁଗ୍ମ ନିର୍ଦ୍ଦେଶକ |

465

କଟକ (ଉତ୍କଳ ନ୍ୟୁଜ)୦୧-୦୭-୨୦୨୫ : ମୃତ୍ତିକା ସଂରକ୍ଷଣ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଥିବାବେଳେ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣ ର ଆୟବହିର୍ଭୁତ ସମ୍ପତି ଠାବ କରିଛି ଭିଜିଲାନ୍ସ ଟିମ l ଭୁବନେଶ୍ବର,କଳାହାଣ୍ଡି ଓ ନବରଙ୍ଗପୁରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ରାୟଗଡା ସଂରକ୍ଷଣ ଏବଂ ଜଳଛାୟା ବିକାଶର ଯୁଗ୍ମ ନିର୍ଦ୍ଦେଶକ ଥିବା ଦୟାନିଧିଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଥିବା ଅଭିଯୋଗ ହୋଇଥିଲା। ଚଢାଉ ଚାଲିଥିବା ସ୍ଥାନଗୁଡିକ ମଧ୍ୟରେ ରହିଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅଧୀନସ୍ଥ କୁପାଗାଁ ଗ୍ରାମରେ ଶ୍ରୀ ବାଗଙ୍କ ବାସଭବନ, ଧର୍ମଗଡ଼ ଥାନା ଅଧୀନ ବିକ୍ରମଗୁଡ଼ାରେ ତାଙ୍କ ଶ୍ୱଶୁର ଘର, ଭୁବନେଶ୍ୱର ଗୋଠପାଟଣାସ୍ଥିତ ମହାନଦୀ ଆପାର୍ଟମେଣ୍ଟରେ ତାଙ୍କ ୩ବି ଏଚ କେ ଫ୍ଲାଟ ,ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ତାଙ୍କ ଏଲଆଇଜି ଘର,ଭୁବନେଶ୍ୱରସ୍ଥିତ ମୃତ୍ତିକା ସଂରକ୍ଷଣ ଓ ଜଳସମ୍ପଦ ବିକାଶ ନିର୍ଦ୍ଦେଶାଳୟରେ ବାଗଙ୍କ ଅଫିସ ଚାମ୍ବର। ନବରଙ୍ଗପୁର ଜିଲ୍ଲା ମାଝିଗୁଡ଼ା ଛକ ନିକଟସ୍ଥ ନିର୍ମାଣାଧୀନ ବିଲଡିଂ। ନବରଙ୍ଗପୁର ଜିଲ୍ଲା ର ବିଭିନ୍ନ ସମ୍ପତ୍ତି ଓ କୋଠା | ଏହା ବ୍ୟତୀତ ବ୍ୟାଙ୍କ ରେ ୫୮ଲକ୍ଷ ୪୧ହଜାର ଟଙ୍କା,୩୧୨ଗ୍ରାମ ସୁନା ଅଳଙ୍କାର,୯ଲକ୍ଷ ଟଙ୍କା ର ଦାମୀ ଗୃହ ଉପକରଣ, ଗୋଟିଏ କାର, ଗୋଟିଏ ବାଇକ ଠାବ ହୋଇଛି l ୪୨ଏକର ରେ ଦୁଇଟି ଫାର୍ମ ହାଉସ, ନବରଙ୍ଗପୁର ରେ ୨୭ଏକର ର ମାର୍କେଟ କମ୍ପ୍ଲେକ୍ସ ଏବଂ ଭବାନୀପାଟଣା ରେ ୧୧ଏକର ଜମି ଠାବ କରିଛି ଭିଜିଲାନ୍ସ ଟିମ l କଳା ଟଙ୍କା ରୋଜଗାର କରି ଏହିପରି ୮୪ଏକର ଜମି ର ମାଲିକ ଅଟନ୍ତି l ଚଢ଼ାଉ ସମୟ ରେ ୫୦କୋଟି ରୁ ଉର୍ଦ୍ଧ ଟଙ୍କା ର ସ୍ଥାବର ଅସ୍ଥାବର ସମ୍ପତି ଠାବ ହୋଇଛି l ଦୟାନିଧି ଙ୍କୁ ଭିଜିଲାନ୍ସ ଟିମ ଗିରଫ କରିଛି l ଚଢ଼ାଉ ରେ ୧୦ ଡି ଏସ ପି, ୮ ଇନ୍ସପେକ୍ଟର, ୧୦ ଏ ଏସ ଆଇ ସାମିଲ ଥିଲେ | କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l