ପ୍ରଗତି ପରିବାର ପକ୍ଷ ରୁ ଦ୍ୱିତୀୟ ବାର୍ଷିକ କାର୍ତ୍ତିକ ଉତ୍ସବ ଅନୁଷ୍ଠିତ |

161

କଟକ (ଉତ୍କଳ ନ୍ୟୁଜ ) ୮-୧୧-୨୦୨୫: ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା ପ୍ରଗତି ପରିବାର ପକ୍ଷ ରୁ ଦ୍ୱିତୀୟ ବାର୍ଷିକ କାର୍ତ୍ତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଆଠଗଡ କୁମାରପୁର ଶ୍ରୀ ରାମ ମନ୍ଦିର ପରିସରରେ ମହା ସମାରୋହ ରେ ଏହି ଉତ୍ସବ ପାଳନ କରାଯାଇଥିଲା | ଏହି ଉପଲକ୍ଷେ ଆଠଗଡ ଅଂଚଳ ର ୧୨ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଙ୍କୁ ନିମନ୍ତ୍ରଣ କରାଯିବ ସହ ରାମ ନାମ ମହାମନ୍ତ୍ର ଓ ସଂକୀର୍ତ୍ତନ କରାଯାଇଥିଲା | ଆଞ୍ଚଳିକ ସଂକୀର୍ତ୍ତନ ପ୍ରବର୍ତ୍ତକ , ପ୍ରଗତି ପରିବାର ର ଅନୁଦାନ ସେବା ରେ ସହାୟତା କରୁଥିବା ଅନ୍ନଦାତା ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ପରିବାର ପକ୍ଷ ରୁ ସମ୍ମାନିତ କରାଯାଇଥିଲା | ସନ୍ଧ୍ୟା ରେ ଆଧ୍ୟାତ୍ମିକ ନୃତ୍ୟ , ସଂଗୀତ ସହ କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା | ଏହି କାର୍ଯ୍ୟକ୍ରମ କୁ ଅସୀମ ବେଉରା , ଚୌଧୁରୀ ତାପସ ସାହୁ , ରାଜ କିଶୋର ସାହୁ , ଆଲୋକ ପଣ୍ଡା , ବିଭୁତି ପ୍ରଧାନ , ହେମକାନ୍ତ ରାଉତ , ଚନ୍ଦ୍ରକାନ୍ତ ପ୍ରଧାନ , ରାଜେଶ ପ୍ରଧାନ , କାଁହୁ ସାହୁ , କୁନାଲ ସାହୁ , ଲକ୍ଷ୍ମୀନାରାୟଣ ରାଉତ , ରମେଶ ପ୍ରଧାନ , ରତିକାନ୍ତ କରଣ , ବୈଜୟନ୍ତୀ ମହାପାତ୍ର , ସବିତା ବାରିକ , ଶିବ ନାରାୟଣ ଚୌଧୁରୀ , ଶଙ୍କର ଦାସ , ସୁବ୍ରତ ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ | ସଭାପତି ଜୀବନ ବିହାରୀ ମହାପାତ୍ର ମଂଚ ପରିଚାଳନା କରିଥିଲେ |