କଟକ ( ଉତ୍କଳ ନ୍ୟୁଜ ) ୨୩-୦୧-୨୦୨୬ : କଟକ କଲେଜ ଛକ ସ୍ଥିତ ଶିଶୁ ବିଦ୍ୟାମନ୍ଦିର ପରିସରରେ ମା ସରସ୍ବତୀ ପୂଜା ତଥା ସ୍ବାମୀ ବିବେକାନନ୍ଦ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ଦାଶ ପୂଜନୋଉତ୍ସବରେ କର୍ଷା ରୂପେ ସମସ୍ତଙ୍କ ପାଇଁ ସୁଭାଶିଷ ଭିକ୍ଷା କରିଥିଲେ। ଏହି ଉତ୍ସବରେ ପରିଚାଳନା ସମିତି,ଉତ୍ତର ପୂର୍ବ ସମ୍ଭାଗ ଓ ଶିକ୍ଷାବିକାଶ ସମିତିର ପଦାଧୂକାରୀ ତଥା ବହୁ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ | ସର୍ବ ଶେଷରେ ଶିଶୁ ଭାଇ ଓ ଭଉଣୀ,ମାତୃ ଭାରତୀ,ଆଚାର୍ଯ୍ୟ ଓ ଆଚାର୍ଯ୍ୟା ତଥା ଅଭିଭାବକ ଓ ଅଭିଭାବିକା ଭାଇ ଓ ଭଉଣୀମାନେ ପ୍ରସାଦ ସେବନ କରିଥିଲେ ।