କଟକ (ଉତ୍କଳ ନ୍ୟୁଜ)୨୨-୫-୨୦୨୫: କଟକ ନୃତ୍ୟ ଉତ୍ସବ କମିଟି ଜିଲ୍ଲା ପ୍ରଶାସନ ସିଏମସି ଓ ସିଡିଏର ମିଳିତ ଆନୁକୂଲ୍ୟରେ ବାଲିଯାତ୍ରା ଉପର ପଡିଆରେ ଆୟୋଜିତ ୧୬ତମ ସାତସାହି କଟକ ନୃତ୍ୟ ଉତ୍ସବ ର ଷଷ୍ଠ ସନ୍ଧ୍ୟାକୁ ଓଡିଶା ମାନବାଧିକାର କମିସନଙ୍କ ପୂର୍ବତନ ସଦସ୍ୟ ବିଶିଷ୍ଟ ଆଇନୀଜୀବୀ ଅସୀମ ନ୍ୟାୟମୂର୍ତ୍ତି ଜଷ୍ଟିସ ରଘୁବୀର ଦାଶ ଉଦ୍ଘାଟନ କରିଥିଲେ।୧୬ବର୍ଷ ଧରି ସଫଳତା ସହିତ ଏହି ଉତ୍ସବ ସାଂସ୍କୃତିକ ଓ ସାମାଜିକ ବାର୍ତ୍ତା ବାଣ୍ଟି ଚାଲିଛି। ଯାହା ସମାଜକୁ ଏକ ଭିନ୍ନ ବାର୍ତ୍ତା ଦେବାରେ ସଫଳ ହୋଇଛି | ଏହି ଅନୁଷ୍ଠାନ ଶତାୟୁ ହେଉ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବରେ ବାଙ୍କୀର ପୂର୍ବତନ ବିଧାୟକ ତଥା ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ, ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ, ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଅମ୍ରିତ ପାଟ୍ଟଯୋଶୀ ଜିଲ୍ଲା ଅବକାରୀ ଶ୍ରୀଯୁକ୍ତ କରୁଣା ଶଙ୍କର ତିୱାରୀ, କର୍ପୋରେଟର ସନ୍ତୋଷ କୁମାର ଭୋଳ, ପ୍ରଦୀପ୍ତ କୁମାର ସାହୁ ମଙ୍ଗଳାବାଗ ପୂଜା କମିଟି ସଭାପତି ନୃସିଂହ ଚରଣ ଚୌଧୁରୀ ହସ୍ତଶିଳ୍ପ ବିଭାଗର ଜିଲ୍ଲା ହସ୍ତଶୀଳ୍ପ ବିକାଶ ଅଧିକାରୀ ମାନସ ସେଠୀ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସହାୟିକା ଶର୍ମିଷ୍ଠା ରାଣି ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଦେବେନ୍ଦ୍ର ସାହୁ କୁ ଓଡିଶା ସଂସ୍କୃତି ରତ୍ନ ,ବିଶିଷ୍ଟ ପ୍ଲାଷ୍ଟିକ ସର୍ଜନ ଡାକ୍ତର ରାଜେଶ ଗନ୍ତାୟତ ଙ୍କୁ ଓଡିଶା ସେବା ରତ୍ନ,ଶିଳ୍ପଦ୍ୟୋଗୀ ଝରଣା ସାହୁ କୁ ଓଡିଶା ଶିଳ୍ପ ରତ୍ନ, ଯୁବ ବ୍ୟବସାୟୀ ରୋହନ ଅଗ୍ରୱାଲ ଙ୍କୁ ଶେଷ୍ଟ ଯୁବ ବ୍ୟବସାୟୀ ସଂମ୍ମାନ ପ୍ରଦାନ କରାଯାଇଥିଲା.ଏଥି ସହିତ ସାମାଜିକ ଗଣମାଧ୍ୟମ ପ୍ରଚାରକ ରବୀନ୍ଦ୍ର ସାହୁ, ମେଳା ସହାୟକ ସୂର୍ଯ୍ୟ ମହାନ୍ତି, ବଲଭୀର ସିଂହ ରାଠୋର,ଇ. ଯୁଧିଷ୍ଠିର ଚୌଧୁରୀ ଗଣମାଧ୍ୟମ ସହାୟକ ପ୍ରଭୁଦତ୍ତ ଆଚାର୍ଯ୍ୟ ଙ୍କୁ ମଧ୍ୟ ସଂମ୍ମାନିତ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ କୋଷାଧକ୍ଷ ଉଲ୍ଲାସ ସେନ ଅଧକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ଦିପେଶ ମହାପାତ୍ର ଅତିଥିଙ୍କୁ ସ୍ୱାଗତ କରିଥିଲେ. ନୃତ୍ୟମୟୂରୀ ଅନୁଷ୍ଠାନ ର ଓଡିଶୀ ନୃତ୍ୟରୁ ସାଂସ୍କୃତିକ ବିଚିତ୍ରା ଆରମ୍ଭ ହୋଇଥିଲା.ପରେ ପରେ ନୃତ୍ୟକଳା ଡ୍ୟାନ୍ସ ଏକାଡେମୀ, ନୃତ୍ୟମ ଡ୍ୟାସ ଗ୍ରୁପ,ପଶ୍ଚିମବଙ୍ଗ ର ନବରସ ନୃତ୍ୟାଳୟ ଓଡିଶୀ ନାଟ୍ୟ ଏକାଡେମୀ ଗୌରୀ ମା ସାଂସ୍କୃତିକ ପରିଷଦ ଜୟଗୁରୁ କଳାକେନ୍ଦ୍ର ପକ୍ଷ ରୁ ହୋଇଥିବା ସାଂସ୍କୃତିକ ବିଚିତ୍ରା ସମସ୍ତ ଙ୍କ ଦର୍ଶକ ଙ୍କ ମନକୁ ଛୁଇଁ ଥିଲା,ଏହି ଅବସରରେ ଅନେକ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।ସବିତା ମହାନ୍ତି ବବିତା ସ୍ୱାଇଁ ପଦ୍ମାଳୟା ବ୍ରହ୍ମଚାରୀ, ରଶ୍ମି ରଂଜନ ତ୍ରିପାଠୀ, ବିଶ୍ୱଜିତ ସେନାପତି, ସୁବାଶିଷ ଦାସ ସୁନୀଲ ଦାସ ଶକ୍ତି ପ୍ରସାଦ ସାମଲ, ତନ୍ମୟ ରାୟ, ସୁଶାନ୍ତ ପାତ୍ର,ସତ୍ୟ ପ୍ରସାଦ ବଳ ସାମନ୍ତ ସନ୍ଦୀପ ମିଶ୍ର ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ପ୍ରକାଶ ନାୟକ ମଞ୍ଚରେ ଉପସ୍ଥିତ ଥିବା ବେଳେ ଶେଷ ରେ ସହ ସମ୍ପାଦକ ବିଶ୍ୱଜିତ ସେନାପତି ଧନ୍ୟବାଦ ଜଣାଇଥିଲେ।