କମିଶନରେଟ୍ ପୋଲିସ ପକ୍ଷରୁ ପୁରୀଘାଟ ଥାନାରେ ରକ୍ତଦାନ ଶିବିର , ୧୫୪ ୟୁନିଟ୍ ରକ୍ତ ସଂଗୃହୀତ |

9

କଟକ (ଉତ୍କଳ ନ୍ୟୁଜ ) ୦୨-୧୨-୨୦୨୫ : ଇଣ୍ଡିଆନ୍ ରେଡ଼କ୍ରସ ସୋସାଇଟି, ଆଞ୍ଚଳିକ ଶାଖା, କମିଶନରେଟ୍ ପୋଲିସ ଏବଂ ପୁରୀଘାଟ ଥାନାର ମିଳିତ ପ୍ରୟାସରେ ରବିବାର ତା: ୩୦/୧୧/୨୦୨୫ ରିଖରେ ପୁରୀଘାଟ ଥାନା ପ୍ରାଙ୍ଗଣରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏହି ଅବସରରେ ମୂଲ୍ୟବାନ ୧୫୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଏହି ଅବସରରେ କଟକ ଡିସିପି ଋଷିକେଶ ଖିଲାରୀ, ଭାପୁସେ, ଯୋଗଦେଇ ଶିବିରକୁ ଉଦ୍ଘାଟନ କରିବା ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଡିସିପି ରଞ୍ଜିତ ପୃଷ୍ଟି, ସୁଦର୍ଶନ ଦାଶ, ଜୋନ-୬ ଏସିପି ଅନ୍ୱେଷା ଅବସ୍ଥୀ (ଭାପୁସେ), ଏସିପି ଅଶୋକ କୁମାର ଗିରି, ଏସିପି ଜୟନ୍ତ ଦୋରା (ଟ୍ରାଫିକ), କର୍ପୋରେଟର ବନଲତା ପ୍ରଧାନ, ଲକ୍ଷ୍ମୀଧର ସେଠୀ, ଇତିଶ୍ରୀ ଦାଶ, ଗଗନ ଓଝା, ସମାଜସେବୀ ରଞ୍ଜନ ବିଶ୍ୱାଳ, ରାଜୀବ ନନ୍ଦ, ପ୍ରଶାନ୍ତ କିଶୋର, ଏଚଡିଏଫସି ବ୍ୟାଙ୍କ କଟକର ନିଶିକାନ୍ତ ମହାନ୍ତି, ଏବଂ ଦରଘାବଜାର, ମଙ୍ଗଳବାଗ, ସିଡିଏ-୨, ବାଦାମବାଡ଼ି, ମଧୁପାଟଣା ଓ ପୁରୀଘାଟ ଥାନାର ଆଇଆଇସିମାନେ ଉପସ୍ଥିତ ରହିଥିଲେ। ସେହିଭଳି ବିଭିନ୍ନ ସାହିର ବାସିନ୍ଦା, ସାହି ମୂରବୀ, ସ୍ଥାନୀୟ ସମାଜସେବୀ ଓ ବିଭିନ୍ନ ସଂଗଠନର ପଦାଧିକାରୀମାନେ ମଧ୍ୟ ଏହି ଶିବିରରେ ସାମିଲ ହୋଇ ରକ୍ତଦାନ କରିବା ସାଙ୍ଗକୁ ସହଯୋଗ କରିଥିଲେ। କେନ୍ଦ୍ରୀୟ ରେଡ଼କ୍ରସ ରକ୍ତ ଭଣ୍ଡାର ଶାଖାର କର୍ମକର୍ତ୍ତାମାନେ ଏହି ଶିବିରରେ ରକ୍ତସଂଗ୍ରହ କରିଥିଲେ। ଟ୍ୱିନସିଟିରେ ରକ୍ତର ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକର ରେଡ଼କ୍ରସ ଶାଖା ନିୟମିତ ବ୍ୟବଧାନରେ ଏଭଳି ରକ୍ତଦାନ ଶିବିରର ଆୟୋଜନ କରିଆସୁଛି।