ପବିତ୍ର ସରସ୍ବତୀ ପୂଜା ଅବସରରେ କଟକ ସଦର ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର କେଶବଧାମରେ ଜେଜେ ବାପା ଓ ଜେଜେ ମା ସମ୍ମିଳନୀ |
କଟକ ( ଉତ୍କଳ ନ୍ୟୁଜ ) ୨୩-୦୧-୨୦୨୬ : ପବିତ୍ର ସରସ୍ଵତୀ ପୂଜା ଅବସରରେ କଟକ ସଦର ସ୍ଥିତ ସରସ୍ବତୀ ବିଦ୍ୟା ମନ୍ଦିର କେଶବଧାମରେ ସ୍ଵାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏ,ନେତାଜୀ ଜୟନ୍ତୀ ସହିତ ଜେଜେ ବାପା ଓ ଜେଜେ ମା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।ଏହି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରଦୀପ ପତ୍ରିକାର ପ୍ରଥମ ସଂପାଦକ ଜଗବନ୍ଧୁ ମିଶ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷା ବିକାଶ ସମିତି ଓଡ଼ିଶାର ସଭାପତି ଡ଼ କିଶୋର ଚନ୍ଦ୍ର ମହାନ୍ତି ବିଦ୍ୟାଳୟର କୋଷାଧ୍ୟକ୍ଷା ସୁଶ୍ରୀ ଇନ୍ଦୁମତୀ ଦାଶ , ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପଣ୍ଡା,ସହ ପ୍ରଧାନ ଆଚାର୍ଯ୍ୟ ଜିତେନ୍ଦ୍ର କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ।ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପଣ୍ଡା ଅତିଥି ପରିଚୟ କରିଥିବା ବେଳେ କୋଷାଧ୍ୟକ୍ଷା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମେ ଜେଜେ ବାପା ଓ ଜେଜେ ମା ଙ୍କର ପୂଜନ ଓ ପରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପାରିବାରିକ ସଂପର୍କ ସହିତ ନାତି ନାତୁଣୀମାନଙ୍କୁ ସୁନ୍ଦର କରି ଗଢିତୋଳିବାରେ ଜେଜେ ବାପା ଓ ଜେଜେ ମା ଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ।ଏହି ସମ୍ମିଳନୀରେ ଆମର ଲକ୍ଷ୍ୟ ଗଠନ ସହିତ ଭାରତୀୟ ସଂସ୍କୃତି ଓ ପୌରାଣିକ ତଥ୍ୟ ଉପରେ ଆଧାରିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉପସ୍ଥିତ ସମସ୍ତ ଜେଜେ ବାପା ଓ ଜେଜେ ମା ନିଜର ଅନୁଭବକୁ ବାଣ୍ଟିଥିଲେ।ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଏବଂ ଛାତ୍ରଛାତ୍ରୀଙ୍କ ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସରସ ସୁନ୍ଦର ହୋଇ ପାରିଥିଲା।