କଟକ (ଉତ୍କଳ ନ୍ୟୁଜ ) ୧୨-୧୧-୨୦୨୫: ମୌଲାନା ଅବୁଲ୍ କଲାମ୍ ଆଜାଦଙ୍କର ଜନ୍ମ ନଭେମ୍ବର ୧୧ ତାରିଖ ଦିନ ମକ୍କା ସହରରେ ହୋଇଥିଲା । ତାଙ୍କର ପିତା ଜଣେ ବିଜ୍ଞ ଧର୍ମଗୁରୁ ଥିଲେ । ତାଙ୍କର ଅଜା ମଧ୍ୟ ମଦିନା ସହରର ଜଣେ ପ୍ରସିଦ୍ଧ ଧର୍ମଗୁରୁ ଥିଲେ । ଅବୁଲ୍ କଲାମ୍ ଗୋଟାଏ ଦୁର୍ଘଟଣାରେ ଆହତ ହେଲା ପରେ କଲିକତାକୁ ଚିକିତ୍ସା ପାଇଁ ଆସିଥିଲେ ଓ କଲିକତାରେ ହିଁ ରହିଯାଇଥିଲେ । ଏକ ପ୍ରଗତିଶୀଳ ମୁସଲମାନ୍ ହୋଇଥିବାରୁ ଅବୁଲ କଲାମ୍ କେବଳ ଧର୍ମ ଶିକ୍ଷା ମଧ୍ୟରେ ଆବଦ୍ଧ ନ ହୋଇ, ସମସ୍ତ ପ୍ରକାର ଶିକ୍ଷା ଗ୍ରହଣ କରିଥିଲେ । ସେ ଜାଣିଥିଲେ ଯେ ଯୁଗପଯୋଗୀ ହେବା ପାଇଁ ଇଂରାଜୀ ଶିକ୍ଷା ନିତାନ୍ତ ଆବଶ୍ୟକ । ତାଙ୍କର ଉଦାର ମନୋଭାବ ପାଇଁ ତାଙ୍କୁ ଅନେକ ଲୋକ ପସନ୍ଦ କରୁଥିବା ବେଳେ କେତେକ ଲୋକ ବିରୋଧ ମଧ୍ୟ କରୁଥିଲେ । ସେ ୧୯୧୨ ମସିହାରେ ଏକ ଉର୍ଦୁ ସାପ୍ତାହିକ ପତ୍ରିକା “ଅଲ୍-ହିଲାଲ” ପ୍ରକାଶ କରି ତାଙ୍କର ରାଷ୍ଟ୍ରବାଦୀ ବିଚାରଧାରାକୁ ଲୋକଙ୍କ ପାଖରେ ପହଂଚାଇବାକୁ ଲାଗିଲେ । ଏହି ପତ୍ରିକାଟି ଖୁବ୍ ଶୀଘ୍ର ଲୋକପ୍ରିୟ ହେବାକୁ ଲାଗିଲା କିନ୍ତୁ ଇଂରେଜ ମାନେ ଜୋର ଜବରଦସ୍ତି ଏହି ପତ୍ରିକାକୁ ୧୯୧୪ ମସିହାରେ ବନ୍ଦ କରିଦେଇଥିଲେ । ପରେ ତାଙ୍କୁ ଗୃହବନ୍ଦୀ ମଧ୍ୟ କରିଦିଆଯାଇଥିଲା । ପରବତ୍ତୀ କାଳରେ ସେ ମହାତ୍ମାଗାନ୍ଧୀଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଖିଲାଫତ୍ ଆନ୍ଦୋଳନ, ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ଓ ଭାରତଛାଡ ଆନ୍ଦୋଳନରେ ଭାଗ ନେଇ ବହୁବାର କାରାବରଣ କରିଥିଲେ । ସେ ଜଣେ ବିଜ୍ଞ, କୁଶଳୀ ଓ ରାଷ୍ଟ୍ରବାଦୀ ନେତା ଥିଲେ । ପୁରୁଣା ଓ ନୂଆ ଚିନ୍ତାଧାରାକୁ ଏକାଠି କରି ତନ୍ମଧ୍ୟରୁ ଶିକ୍ଷଣୀୟ ଚିନ୍ତାଧାରାକୁ ଆପଣେଇ ନେବାରେ ପାରଙ୍ଗମ ଥିଲେ । ସେ ହିନ୍ଦୁ-ମୁସ୍ଲିମ୍ ଏକତାର ପ୍ରବଳ ସର୍ମଥକ ଥିଲେ କାରଣ ସେ ଜାଣିଥିଲେ ଯେ ଏହି ଏକତା ଦ୍ବାରା ହିଁ ଭାରତର ଉନ୍ନତି ସମ୍ଭବ । ଭାରତର ସାଧୀନତାପରେ ସେ ଦେଶର ପ୍ରଥମ ଶିକ୍ଷା ମନ୍ତ୍ରୀ ହାଇଥିଲେ ଶିକ୍ଷାର ସଂସ୍କାର ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେ ନେବାର ନଜିର ର ରହିଛି । ବିଶ୍ଵ ବିଦ୍ୟାଳୟ ଅନୁଦାନ ଆୟୋଗ ତାଙ୍କ ମାନସ ପୁତ୍ର କହି କହିଲେ ଅତ୍ୟୁକ୍ତି ହେବ ନାହିଁ । ଶିକ୍ଷାକ୍ଷେତ୍ରରେ ମୌଲାନା ଆଜାଦଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କ ଜନ୍ମଦିବସକୁ ଜାତୀୟ ଶିକ୍ଷା ଦିବସ ଭାବରେ ପାଳନ କରାଯାଇଥାଏ । ଏହି ମହାନ ହାରେ ମରଣୋପରାନ୍ତ ଭାରତରତ୍ନ ଦେଶପ୍ରେ ପ୍ରମୀ ନେତାଙ୍କୁ ୧୯୯୨ ମସିହା ପୁରସ୍କାର ପ୍ରଦାନ କରାଯାଇଥିଲା । (ଏମ୍ଡି ଓବୈଦୁଲ୍ଲା)