ବଜ୍ରାଘାତରେ ଦୁଇ ଭାଇଙ୍କ ମୃତ୍ୟୁ, ଜଣେ ଗୁରୁତର |

336

କଟକ(ଉତ୍କଳ ନିଉଜ)୦୭/୦୭/୨୦୨୫ : ବଜ୍ରାଘାତରେ ଦୁଇ ଭାଇଙ୍କ ମୃତ୍ୟୁ, ଜଣେ ଗୁରୁତର ଏବଂ ଅନ୍ୟ ଦୁଇ ଜଣ ଅଳ୍ପକେ ବଞ୍ôଚ ଯାଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲ ପୀରହାଟ ଥାନା ହରସିଂହପୁର ପଞ୍ଚାୟତ ଅଧୀନ ଚଣ୍ଡିସାହି ଗ୍ରାମରେ ବଜ୍ରପାତରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇ ଦୁଃଖଦ ଘଟଣା ଘଟିଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସୋମବାର ମଧ୍ୟାହ୍ନରେ ଚଣ୍ଡିସାହି ଗ୍ରାମର ଜଗବନ୍ଧୁ ମହାରଣାଙ୍କ ଦୁଇ ପୁଅ ମଦନ ମହରଣା (୬୦) ଓ ହୃଦାନନ୍ଦ ମହାରଣା (୫୭) ବିଲକୁ ଚାଷ କରିବାକୁ ଯାଇଥିଲେ । ଏହି ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତରେ ମଦନ ଓ ହୃଦାନନ୍ଦ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ତିହିଡ଼ି ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସେହିପରି ହରସିଂହପୁର ପଞ୍ଚାୟତ ଅଧୀନ ବାରବାଟିଆ ଗ୍ରାମର ଗିରଧାରୀ ମହାଳିକ (୬୪) ନାମକ ଜଣେ ବୃଦ୍ଧ ବିଲକୁ କାମ କରିବାକୁ ଯାଇଥିବା ବେଳେ ବଜ୍ରପାତ ହୋଇଥିଲା ।

ସେ ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅହତ ଅବସ୍ଥାରେ ତାଙ୍କୁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିବା ଜଣାଯାଇଛି । ବିଧିର ବିଧାନ କେ କରିବ ଆନ । ବଜ୍ରପାତ ହେବାପରେ ଏକସଂଗେ ୫ ଜଣ ବିଲରେ ଥିବା ଏକ ଚାଳିଆ ଘରେ ଆଶ୍ରୟ ନେଇଥିଲେ ହେଲେ ଏହି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏ ସମ୍ପର୍କରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ଯାଇଛି । ଖବର ପାଇ ସରପଞ୍ଚ ଅଜୟ ମହାନ୍ତି, ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ, ବିଜେପି ନେତା ସଂଗ୍ରାମ ମହାନ୍ତି, ଶିକ୍ଷାବିତ୍ ସୁଶାନ୍ତ ପଣ୍ଡା, ପୂର୍ବତନ ସରପଞ୍ଚ ପ୍ରଫିଲ ପାଢ଼ୀ ପ୍ରମୁଖ ଡାକ୍ତରଖାନାରେ ପହଞ୍ôଚ ସମବେଦନା ଜ୍ଞାପନ କରିବା ସହିତ ମୃତକ ପରିବାରକୁ ସମସ୍ତ ପ୍ରକାର ସରକାରୀ ସୁବିଧା ମିଳିବା ଲାଗି ଦାବୀ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।