କଟକ(ଉତ୍କଳ ନିଉଜ) ୦୬/୦୬/୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ତହସିଲ ପୀରହାଟ ଥାନାଧିନ ଚାରିତରଫ୍ ଗାଁରେ ଦିର୍ଘ ୩୦ ବର୍ଷ ଧରି ଦଖଲରେ ରହୁଥିବା ମହିଳାଙ୍କ ଘରକୁ ପୋଡିଦେଇ ବେଦଖଲ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ତପସ୍ୱିନୀ ବେହେରା ନାମ୍ନୀ ଜନୈକା ମହିଳା ଥାନାରେ ଦ୍ୱାରସ୍ଥ ହେବା ସହିତ ତହସିଲଦାରଙ୍କ ନିକଟରେ ଫେରାଦ୍ ହୋଇଛନ୍ତି । ଘଟଣାକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବଡ ଦୁର୍ଭାଗ୍ୟଜନକ ବୋଲି ମହିଳା ଜଣକ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତପସ୍ୱନୀଙ୍କ ଅଭିଯୋଗ ଅନୁଯାଇ, ଚାରିତରଫ୍ ମୌଜାର ଖାତା ନମ୍ବର ୧୭୯, ପ୍ଲଟ ନମ୍ବର ୩୮୧/୩୮୨ରେ ଦିର୍ଘ ୩୦ ବର୍ଷ ଧରି ଘର କରି ରହି ଆସୁଛନ୍ତି । ତାଙ୍କ ଅଜାଣତରେ ଦୁଇ ବର୍ଷ ତଳେ ଜଣେ ମହିଳା ଉକ୍ତ ଜାଗାକୁ ଦଲିଲ କରିଅଛନ୍ତି । ଯାହାକୁ ନେଇ ସେ ଅଦାଲତରେ (ଭଦ୍ରକ ସିଭିଲ କୋର୍ଟ କେଶ ନମ୍ବର ୫୪୮) ଆଶ୍ରୟ ନେଇଛନ୍ତି ଏବଂ ସଂପ୍ରତି ତାହା ବିଚାରାଧିନ ରହିଛି । ଅପରପକ୍ଷଙ୍କ ତରଫରୁ ଗତ ୫ ଦିନ ତଳେ ଉକ୍ତ ଜାଗାରେ ମାପଚୁପ୍ କରାଯାଇଥିଲା ଏବଂ ମାପ ସରିବା ପରେ ତପସ୍ୱିନୀ ରହୁଥିବା ଜାଗାରେ ବାଡ ବସାଇଥିଲେ । ସେ ଏହାର ବିରୋଧ କରିବାରୁ ତାଙ୍କ ଘର ପୋଡି ଦେବାକୁ ଧମକ ଦେଇଥିଲେ । ଘଟଣାକୁ ନେଇ ସଂଧ୍ୟାରେ ତପସ୍ୱିନୀ ଥାନାରେ ଦ୍ୱାରସ୍ଥ ହୋଇଥିଲେ । ଏବଂ ରାତିରେ ତାଙ୍କ ଗୁହାଳ ଘର ସମେତ ଘଷି ବଦାଡିରେ ନିଆଁ ଲଗା ଯାଇଥିଲା । ହୁ ହୁ ହୋଇ ନିଆଁ ଜଳିଥିଲା । ପୂନଶ୍ଚ ଗତ ତା ୦୪.୦୬.୨୫ରଖରେ ତପସ୍ୱିନୀ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ମାତ୍ର ପୋଲିସ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ତପସ୍ୱିନୀ ଅଭିଯୋଗ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ ।