କଟକ ମାରୱାଡ଼ୀ ସମାଜ ଧ୍ୱଜା ରୋହଣ କରି ୭୯ ତମ ସ୍ୱାଧୀନତା ଦିବସକୁ ପାଳନ |

114

କଟକ (ଉତ୍କଳ ନ୍ୟୁଜ ) ୧୬-୦୮-୨୦୨୫ : ରିଖ ରୌପ୍ୟ ମହାନଗରୀ କଟକରେ ପ୍ରମୁଖ ସଂସ୍ଥା କଟକ ମାରୱାଡ଼ୀ ସମାଜ ଆଜି ଦେଶଭକ୍ତି ଓ ଉତ୍ସାହର ସହିତ ୭୯ ତମ ସ୍ୱାଧୀନତା ଦିବସ ପାଳନ କଲା। ସମାରୋହର ଶୁଭାରମ୍ଭ ସମାଜର ଯୁବା ଅଧ୍ୟକ୍ଷ ସଞ୍ଜୟ ଶର୍ମା ମାରୱାଡ଼ୀ କ୍ଲବ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରି କଲେ।ଏହି ଅବସରରେ ଚେୟାରମ୍ୟାନ ଗଣେଶ ପ୍ରସାଦ କନ୍ଦୋଇ, ମହାସଚିବ ଶଙ୍କର ଗୁପ୍ତା, ସଂଗଠନସଚିବ କମଳ ସିକରିୟା,ଉପାଧ୍ୟକ୍ଷ ସୁରେଶ ପୋଦ୍ଦାର,ବିଜୟ ଅଗ୍ରୱାଲ,ବିନୋଦ କୁମାର ସରାଵଗୀ, ସଞ୍ଜୟ ଅଗ୍ରୱାଲ, ପୂର୍ବତନ ଅଧ୍ୟକ୍ଷ ବିଜୟ ଖଣ୍ଡେଲୱାଲ,ଦିନେଶ ଜୋଶୀ,ପବନ ଚୌଧୁରୀ ସହ ଅନେକ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।ସକାଳ ୯.୩୦ରେ ମାରୁତି ମଣ୍ଡପ ଶହୀଦ ଭବନରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ସମାଜର ମହିଳା ଶକ୍ତି,ଶିଶୁମାନେ ଓ ଅନେକ ସମାଜବନ୍ଧୁ ବଡ଼ ସଂଖ୍ୟାରେ ଭାଗ ନେଇଥିଲେ।ଅଧ୍ୟକ୍ଷ ସଞ୍ଜୟ ଶର୍ମା,ମହାସଚିବ ଶଙ୍କର ଗୁପ୍ତା ଓ ଟ୍ରେନର ଜଗଦୀଶ ବର୍ମାଙ୍କ ନେତୃତ୍ୱରେ ସ୍କେଟିଂ ହବ୍ର ଶିକ୍ଷାର୍ଥୀମାନେ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତିରଙ୍ଗା ହଲେଇ ଦେଶ ଭକ୍ତିମୂଳକ ଗୀତ ଓ ସ୍ଲୋଗାନ ସହିତ ଚୌଧୁରୀ ବଜାର,ନୂଆ ସଡ଼କ,ବାଲୁ ବଜାର ‌ହୋଇ ଯାତ୍ରାକୁ ମାରୱାଡ଼ୀ କ୍ଲବ ପର୍ଯ୍ୟନ୍ତ ଆଣିବା ପରେ ବିଶ୍ରାମ ଦିଆଯାଇଥିଲା। ସ୍କେଟିଂ କରୁଥିବା ବାଳବାଳିକାମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ସକଳଙ୍କ ମନୋହରିନେଇଥିଲା। ଧ୍ୱଜାରୋହଣ ପରେ, ଚେୟାରମ୍ୟାନ କନ୍ଦୋଇଜି ସମାଜର ଏକତା ଓ ଆପସୀ ସହଯୋଗର ସନ୍ଦେଶ ଦେଲେ। ଅଧ୍ୟକ୍ଷ ସଞ୍ଜୟ ଶର୍ମା ଯୁବମାନଙ୍କୁ ସମାଜହିତ କାର୍ଯ୍ୟରେ ବିଶେଷ ଭାବେ ଭାଗ ନେବାକୁ ଓ ଦୁର୍ବଳ ଓ ଅସହାୟମାନଙ୍କୁ ମୁଖ୍ୟଧାରା ସହିତ ଯୋଡ଼ିବାକୁ ଆହ୍ୱାନ କଲେ। ମହାସଚିବ ଶଙ୍କର ଗୁପ୍ତା ଅଧିକାରରୁ ବଞ୍ଚିତ ଲୋକମାନଙ୍କୁ ନ୍ୟାୟ ଦେବାକୁ କହିଲେ। ପୂର୍ବତନ ଅଧ୍ୟକ୍ଷ ବିଜୟ ଖଣ୍ଡେଲୱାଲ ଜାତୀୟ ହିତରେ ଆପସ ମତଭେଦକୁ ଭୁଲି ସମସ୍ତଙ୍କୁ ରାଷ୍ଟ୍ର ସେବାରେ ଅଗ୍ରସର ହେବାକୁ ପ୍ରେରଣା ଦେଲେ।ସଂଗଠନ ସଚିବ କମଳ ସିକରିୟା ସମସ୍ତ ସମାଜବନ୍ଧୁଙ୍କୁ ଧନ୍ୟବାଦ ଜଣେଇ ପରବର୍ତ୍ତୀଦିନରେ ମଧ୍ୟ ସହଯୋଗ ଆଶା କଲେ।ଅନ୍ୟମାନଙ୍କ ମଧ୍ୟରେ ରମନ ବାଗଡ଼ିଆ,ସୁନୀଲ ମୁରାରକା,ନିର୍ମଳ ପୂର୍ୱା,ବଜରଙ୍ଗ ଚିମନକା, ରାମଗୋପାଳ ଅଗ୍ରୱାଲ, ନଥମଲ ଲାଡସରିଆ, ସୁନୀଲ ସାଙ୍ଗାନେରିଆ, ପ୍ରଦୀପ ଶର୍ମା,ସୁଭାଷ କେଡ଼ିଆ,କମଳ ବଶିଷ୍ଠ, ରାଜୁ ସୁଲତାନିଆ,ରାଜୁ କମାନୀ,ପ୍ରେମ ପାରିକ, ପବନ ସେନ,ସୁରେନ୍ଦ୍ର ଜୋଶୀ,ଅମିତ ଶର୍ମା (ପିଣ୍ଟୁ), ଇଶ୍ୱର ଶର୍ମା, ମହେଶ ଅଗ୍ରୱାଲ, ଅଶୋକ ଚୌବେ,ଜ୍ୟୋତି ଚୌବେ,ଚିତ୍ରଲେଖା ଅଗ୍ରୱାଲ,ଉଷା ଲାଡସରିଆ‌ ସହ ବଡ଼ ସଂଖ୍ୟାରେ ପଦାଧିକାରୀ, ମାତୃଶକ୍ତି, ଯୁବଶକ୍ତି,ଶିଶୁମାନେ ଉପସ୍ଥିତ ରହି ସମାରୋହକୁ ସଫଳ କଲେ।ସମାରୋହର ଶେଷରେ ସମସ୍ତ ଉପସ୍ଥିତଜନ ଦେଶଭକ୍ତିର ଭାବନାରେ ଭିଜି ସୁସ୍ୱାଦୁ ଖାଦ୍ୟର ଆସ୍ୱାଦ ନେଇ ପରସ୍ପରଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଥିଲେ।