କଟକ (ଉତ୍କଳ ନ୍ୟୁଜ ) ୯-୦୫-୨୦୨୫ : ଚୌଦ୍ୱାର ଚାରିଘରିଆ ସ୍ଥିତ କଲେଜ ଅଫ ନର୍ସିଙ୍ଗ କଟକ ପକ୍ଷରୁ ନର୍ସିଙ୍ଗ ଡେ ଅବସରରେ ଜଳଛତ୍ର ଶିବିର ର ଶୁଭ ଉଦ୍ଘାଟନ ହୋଇଯାଇଛି | ଚାରିଘରିଆ , ପାଇକରାପୁର ଗ୍ରାମ ର ମୁଖ୍ୟ ରାସ୍ତା ପାର୍ଶ୍ୱ ରେ ଜଳଛତ୍ର ଶିବିର ଆରମ୍ଭ ହୋଇଥିବା ବେଳେ , କଲେଜ ର ପ୍ରତିଷ୍ଠାତା ତଥା ନାୟକ ଏଜୁକେଶନାଲ ଟ୍ରଷ୍ଟର ମୁଖ୍ୟ ଡ଼ . ଉପେନ୍ଦ୍ର ନାୟକ ଏହି ଜଳଛତ୍ର ଶିବିର କୁ ଉଦ୍ଘାଟନ କରିଥିଲେ | ଅନ୍ୟତମ ସମ୍ମାନିତ ଅତିଥି ଭାବେ ନାୟକ ଏଜୁକେଶନାଲ ଟ୍ରଷ୍ଟର ଟ୍ରଷ୍ଟି ସ୍ଵର୍ଣ୍ଣଲତା ଜେନା ଓ ଟ୍ରଷ୍ଟି ସଂଜୀବ କୁମାର ନାୟକ ଜଳ ଛତ୍ର ଶିବିର ରେ ଉପସ୍ଥିତ ରହି ପଥିକ ମାନଙ୍କୁ ଦହି ପାଣି ବଣ୍ଟନ କରିଥିଲେ | ବର୍ତ୍ତମାନ ପ୍ରବଳ ଗରମ ଓ ଗୁଳୁ ଗୁଳି ସାଧାରଣ ଲୋକଙ୍କ ଜୀବନ ଜୀବିକା କୁ ବହୁ ମାତ୍ରା ରେ ପ୍ରଭାବିତ କରିଛି |

ଗରମ ଓ ଗୁଳୁ ଗୁଳି ନେଇ ୧୧ ଜିଲ୍ଲା କୁ ସରକାର ଙ୍କ ପକ୍ଷ ରୁ ୟେଲୋ ୱାର୍ଣ୍ଣିଙ୍ଗ ମଧ୍ୟ ଜାରି କରାଯାଇଛି | ଏଭଳି ଗ୍ରୀଷ୍ମ ପ୍ରଭାବ ରେ ପଥିକ ମାନଙ୍କୁ କଲେଜ ପକ୍ଷ ରୁ ଥଣ୍ଡା ପାନୀୟଜଳ ଓ ଦହି ସର୍ବତ ପ୍ରଦାନ କରାଯାଉଛି | ଗ୍ରୀଷ୍ମ ର ପ୍ରକୋପ ରହିବା ପର୍ଯ୍ୟନ୍ତ ପ୍ରତିଦିନ ଦହି ପାଣି ବଣ୍ଟନ କରାଯିବ ବୋଲି ଡ଼ . ଉପେନ୍ଦ୍ର ନାୟକ ପ୍ରକାଶ କରିଛନ୍ତି | ଏହି କାର୍ଯ୍ୟକ୍ରମ ରେ କାର୍ଯ୍ୟକାରୀ ସଦସ୍ୟ ସରୋଜ କୁମାର ସୁବୁଦ୍ଧିରାୟ ମୁଖ୍ୟ ଉଦୟକତା ଭାବେ ଜଳଛତ୍ର ଶିବିର କୁ ପରିଚାଳନା କରୁଥିବା ବେଳେ କଲେଜ ର ଛାତ୍ର ଓ କର୍ମଚାରୀ ମାନେ ସହଯୋଗ କରିଥିଲେ |