ଆନ୍ତର୍ଜାତିକ ମହିଳା ଦିବସରେ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ୱାରା ଦ୍ଵିତୀୟ ପର୍ଯ୍ୟାୟରେ କନ୍ୟା ଏକ୍ସପ୍ରେସ ଉଦ୍ଘାଟିତ |

344

କଟକ (ଉତ୍କଳ ନ୍ୟୁଜ ) ୮-୦୩-୨୦୨୫ : ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦ୍ୱାୟିତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ୱାରା ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କିଶୋରୀ ଝିଅମାନଙ୍କ ମଧ୍ୟରେ ରକ୍ତହୀନତା ସମସ୍ୟା ଦୂର କରିବା ଓ ସଚେତନତା ଦେବା ଲକ୍ଷରେ ଦ୍ବିତୀୟ ପର୍ଯ୍ୟାୟରେ ଏହାର କନ୍ୟା ଏକ୍ସପ୍ରେସ ଭାବେ ଜନସ୍ଵାସ୍ଥ୍ୟ ଭ୍ରମଣକାରୀ ଯାନ ଆରମ୍ଭ କରିଅଛି। ଏହି କାର୍ଯ୍ୟକ୍ରମକୁ କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ପତାକା ଉତ୍ତୋଳନ କରି ଉଦ୍ଘାଟନ କରିବା ସମୟରେ ଇମ୍ଫା ଚୌଦ୍ୱାରର ଉପସଭାପତି ଶ୍ରୀ ବିନୟ ଅଗ୍ରୱାଲା, ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର ଉପସଭାପତି ଶ୍ରୀ ଧର୍ମେଶ ଗୋହେଲ, ଜିଲ୍ଲା ସ୍ୱାସ୍ଥ୍ୟ ମିଶନର ବ୍ଲକ ପ୍ରୋଗ୍ରାମ ପ୍ରବନ୍ଧକ ଶ୍ରୀ ଚିତ୍ତ ରଞ୍ଜନ ଦାଶ, ବ୍ଲକ ଜନ ସ୍ଵାସ୍ଥ୍ୟ ଅଧିକାରୀ ଶ୍ରୀ ଜ୍ୟୋତି ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। କନ୍ୟା ଏକ୍ସପ୍ରେସ - ଏକ ଜନସ୍ୱାସ୍ଥ୍ୟ ଭ୍ରମନକାରୀ ଯାନ ଯାହାକି ଦୂରଦୂରାନ୍ତ କ୍ଷେତ୍ରକୁ ଯାଇ ରକ୍ତ ହିମୋଗ୍ଲୋବିନ ପରୀକ୍ଷା, ଫୋଲିକ ଏସିଡ ସପ୍ଲିମେଣ୍ଟ ବଣ୍ଟନ ଏବଂ ରକ୍ତହୀନତା, ପୌଷ୍ଟିକତା ଓ ସୃଷ୍ଟିବୃତ୍ତି ସହିତ ସଂଚାର କରିବାରେ ସାହାଯ୍ୟ କରିବ। ଏହା ଟାଙ୍ଗୀ ଚୌଦ୍ୱାର ଓ ଆଠଗଡ ବ୍ଲକକୁ ମିଶାଇ ସମୁଦାୟ ୨୫ଟି ଗ୍ରାମପଞ୍ଚାୟତ ଅଞ୍ଚଳକୁ ଆବୃତ କରିବ।

ଉଦ୍ଘାଟନ କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ କନ୍ୟା ଏକ୍ସପ୍ରେସର କାର୍ଯ୍ୟକଳାପ, ପୂର୍ବରୁ ଏହା ଯାହା ପ୍ରତିଫଳ ଦେଇଛି ଓ ଆଗାମୀ ଯୋଜନାଗୁଡିକ ସମ୍ପର୍କରେ ପଚାରି ବୁଝିଥିଲେ ଓ ଉପସ୍ଥିତ କିଶୋରୀ ଝିଅ ଓ ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନର ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଇମ୍ଫାର ଅଧିକାରୀ ମାନଙ୍କ ମଧ୍ୟରେ ସୁଜିତ ମିଶ୍ର, ଲଲାଟ ମହାପାତ୍ର, ସଞ୍ଜୀବ ଗୁପ୍ତା, ବବିତ ନନ୍ଦ, ନିରଞ୍ଜନ ସାହୁ, ମାନସ ପ୍ରଧାନ, ସରୋଜ ସାହୁ, ଅଭିଷେକ ଘୋଷ, ଅଶାନ୍ତ ବେହେରା, ରଂଜୀତ ବେହେରା, ବିଷ୍ଣୁ ସାହୁ ଆଦି ଉପସ୍ଥିତ ଥିଲେ। ଇମ୍ଫାର ବରିଷ୍ଠ ଲୋକସମ୍ପର୍କ ଅଧିକାରୀ ମାନସ ବସନ୍ତିଆ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାବେଳେ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନରୁ ନିଳେନ୍ଦୁ ଚାଟାର୍ଜୀ ଓ ସ୍ଥିତପ୍ରଜ୍ଞ ଦାସ ସଂଯୋଜନା କରିଥିଲେ।