ଲକ୍ଷ୍ମୀନାରାୟଣ ମନ୍ଦିରର ଦଶମ ବାର୍ଷିକ ଉତ୍ସବ ଉଦ୍‌ଯାପିତ |

104

କଟକ (ଉତ୍କଳ ନ୍ୟୁଜ ) ୧୪-୦୩-୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଆରୁହାସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିରର ଦଶମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଗତ ଗୁରୁବାର ଅଙ୍କୁରାରୋପଣ ଓ ଅଧିବାସ କରାଯାଇଥିଲା । ଶୁକ୍ରବାର ସକାଳେ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ପରେ ମହାଯଜ୍ଞ ଆରମ୍ଭ ହୋଇଥିଲା । ରବିବାର ରାତିରେ ମହାଯଜ୍ଞର ପୂର୍ଣ୍ଣାହୂତି ହୋଇଥିଲା । ପୂର୍ଣ୍ଣାହୂତି ଦର୍ଶନ କରିବା ଲାଗି ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସଙ୍କ ସମେତ ସ୍ଥାନୀୟ ସରପଞ୍ଚ ସୁପ୍ରଭା ପାଣି ଓ ଅନ୍ୟାନ୍ୟ ନେତୃବୃନ୍ଦ ଲକ୍ଷ୍ମୀନାରାୟଣଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ । କର୍ତ୍ତାଭାବେ ରବିନ୍ଦ୍ର ବାରିକ, ମୁଖ୍ୟ ପୂଜକ ସୀତାକାନ୍ତ ପାଣିଙ୍କ ସମେତ ଅନିରୁଦ୍ଧ ପାଣି, ଶ୍ରୀନିବାସ ମିଶ୍ର, ସନାତନ ପାଣି ଓ ପରମେଶ୍ୱର ପାଣି ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ ।

ଚାରିଦିନ ବ୍ୟାପୀ ଉକ୍ତ କାର୍ଯ୍ୟକ୍ରମରେ ମନ୍ଦିର କମିଟିର ସଭାପତି ଭାଗିରଥି ବେହେରା, ସମ୍ପାଦକ ହରିହର ସେନାପତି, ବଳରାମ ମଲ୍ଲିକ, ଅନିରୁଦ୍ଧ ବାରିକ, ସରୋଜ ନାୟକ, ନାରାୟଣ ପୃଷ୍ଟି, କରୁଣାକର ନାୟକ, ଅଶ୍ୱିନୀ ମଲ୍ଲିକ, ଗୋଲକ ମଲ୍ଲିକ, ପରମାନନ୍ଦ ବାରିକ, କମଳାକାନ୍ତ ଦାସ, ଦେବେନ୍ଦ୍ରନାଥ ବାରିକ, ମୁରଲୀଧର ଦାସ, ପ୍ରକାଶ ନାୟକ, ବାଙ୍କବିହାରୀ ମଲ୍ଲିକ, ଶରତ ଚନ୍ଦ୍ର ପରିଡା, ରତିକାନ୍ତ ନାୟକ, ଭାବଗ୍ରାହୀ ମଲ୍ଲିକ, ପୂର୍ଣ୍ଣଚନ୍ଦ୍ର ଦାସ, ଚକ୍ରଧର ଦାସ ଓ ରାମଚନ୍ଦ୍ର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ । ଏଠାରେ ସୂଚନା ଥାଉକି, ଗ୍ରାମବାସୀଙ୍କ ଉଦ୍ୟମ କ୍ରମେ ୧୯୭୫ ମସିହାରେ ଲକ୍ଷ୍ମୀ, ନାରାୟଣ ଓ ସରସ୍ୱତୀଙ୍କ ମୃଣ୍ମୟୀ ମୂର୍ତ୍ତୀ ପୂଜାରମ୍ଭ ହୋଇଥିଲା । ବିଭିନ୍ନ ଘାତପ୍ରତିଘାତ ଦେଇ ଅତିକ୍ରମ କରିବା ସହିତ ଅଞ୍ଚଳବାସୀଙ୍କ ସହଯୋଗ କ୍ରମେ ଗତ ୧୦ ବର୍ଷ ତଳେ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି ଏବଂ ଲକ୍ଷ୍ମୀ, ନାରାୟଣ ଓ ସରସ୍ୱତୀଙ୍କ ପଥର ମୂର୍ତ୍ତୀ ଅବସ୍ଥାପିତ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳନ୍ୟୁଜ |