ପୀରହାଟ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୧ତମ ବାର୍ଷିକ ଉତ୍ସବ |

123

କଟକ (ଉତ୍କଳ ନ୍ୟୁଜ ) ୨୮-୦୩-୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପୀରହାଟ ପୁରୁଣା ବଜାରସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୨୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା କମିଟିର ସଦସ୍ୟ ଲକ୍ଷ୍ମୀପ୍ରିୟା ଯତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ସୁଧିର କୁମାର ମୁଦୁଲି ଯୋଗଦେଇ ଶିକ୍ଷା ହିଁ ପିଲାମାନଙ୍କର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିଥାଏ ବୋଲି କହିଥିବା ବେଳେ ମା’ମାନଙ୍କର ପିଲାମାନଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ରହିଥାଏ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ପଣ୍ଡିତ ଦୈତ୍ୟାରୀ ମହାପାତ୍ର ଯୋଗଦେଇ ପିଲାମାନେ ସଂସ୍କାରିତ ହେଲେ ସମାଜର ପରିବର୍ତ୍ତନ ହୋଇପାରିବ ବୋଲି କହିଥିଲ । ଆଇନ୍‌ଜୀବି ତଥା ଉପଦେଷ୍ଟା ସଂଜୟ ମହାନ୍ତି ଓ ନରେନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇ ଶିକ୍ଷାକେନ୍ଦ୍ରର ଉନ୍ନତି ପାଇଁ ଅଭିଭାବକମାନଙ୍କର ସହଯୋଗର ଆବଶ୍ୟକ ରହିଛି ବୋଲି କହିଥିଲେ । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ପରିଚାଳନା କମିଟିର ଅଧ୍ୟକ୍ଷ ବିଜୟ କୁମାର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରାଣପ୍ରତିଷ୍ଠାତା ବିଜୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ଦାସମହାପାତ୍ରଙ୍କ କବିତା ସଂକଳନ ‘ଦିପାଦ ଆଗକୁ ଜୀବନ ଉନ୍ମୋଚିତ ହୋଇ ଯାଇଛି ।

ବିଭିନ୍ନ ଖେଳ ଓ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏନଆରଟିଏସ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଉଲ୍‌କା ଜ୍ୟୋତି ଦଳାଇ, ରାଜେଶ ମହାନ୍ତି, ଛାତ୍ରୀ ଶୁଭଲକ୍ଷ୍ମୀ ବୀରଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଦୀପ କୁମାର ମହାନ୍ତି, ଗୟାଧର ନାୟକ, ସୁଦୀପ୍ତ ଶୁଭ୍ରପ୍ରକାଶ ସାମଲ, ସୁକାନ୍ତ ସମୀର ନାୟକ, ରଘୁନାଥ ଦାସ, ଶରତ ଚନ୍ଦ୍ର ଦାସ, ମନିଜା ବଳ, ସ୍ୱରୂପାରାଣୀ ବାରିକ, ରଶ୍ମିରେଖା ନାୟକ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |