୧୬ତମ ସାତସାହି କଟକ ନୃତ୍ୟ ଉତ୍ସବ ସପ୍ତମ ସନ୍ଧ୍ୟା |

329

କଟକ(ଉତ୍କଳ ନ୍ୟୁଜ) ୨୩-୫-୨୦୨୫ : କଟକ ନୃତ୍ୟ ଉତ୍ସବ କମିଟି ଜିଲ୍ଲା ପ୍ରଶାସନ ସିଏମସି ଓ ସିଡିଏର ମିଳିତ ଆନୁକୂଲ୍ୟରେ ବାଲିଯାତ୍ରା ଉପର ପଡିଆରେ ଆୟୋଜିତ ୧୬ତମ ସାତସାହି କଟକ ନୃତ୍ୟ ଉତ୍ସବ ର ସପ୍ତମ ସନ୍ଧ୍ୟାକୁ ଓଡିଶା ସୂଚନାଧିକାର କମିସନଙ୍କ ସଦସ୍ୟ ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି ଉଦଘାଟନ କରିଥିଲେ।ବର୍ଷ ପରେ ବର୍ଷ ସଫଳତା ସହିତ ଏହି ଉତ୍ସବ ଆୟୋଜନ ହୋଇ କଟକକୁ ଗୌରବ ମୟ କରିଛି।ଗୋଟିଏ ମଞ୍ଚ ରେ ସାରା ଦେଶ ର ନାଗରିକ କଳାକାର ଭାବରେ ଏକାଠି ହେଉଛନ୍ତି ଏହା ସମସ୍ତ ଙ୍କୁ ଉତ୍ସାହିତ କରୁଛି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ ତ୍ରିଦିବ ବେହେରା, ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର, ଆରଟିଓ ଇ ବିରଞ୍ଚି ନାରାୟଣ ଅଧିକାରୀ, କବି ପର୍ଶୁରାମ ଦାସ, ସମଜସେବୀ ସୌମିତ୍ର ଲେଙ୍କା ଡାକ୍ତର ମଧୁସ୍ମିତା ନାୟକ, କର୍ପୋରେଟର ଲିଜାରାଣୀ ରାଉତ,ଇ ସଞ୍ଜୟ ମହାନ୍ତି, ଏସଡିପିଆରଓ କଟକ ସଦର ତଥା ସମାଜସେବୀ ଅଭିରାମ ଦାସ ମେଳା ସଂଯୋଜକ ଦେବୀ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ର, ପ୍ରଫେସର ଡାକ୍ତର ପ୍ରଭାତ କୁମାର ଥାଟୋଈ ଙ୍କୁ ଜାତୀୟ ସେବା ରତ୍ନ, ବିଶିଷ୍ଟ ହୃଦ ରୋଗ ବିଶେଷଜ୍ଞ ଡାକ୍ତର ପ୍ରିୟ ରଞ୍ଜନ ପରିଡା ଡାକ୍ତର ଅଶ୍ୱନୀ ସାହୁ, ଡାକ୍ତର କେ ସତ୍ୟନାରାୟଣ ରାଓ, ସମାଜସେବୀ ପ୍ରଫେସର ଡ଼ ସସ୍ମିତା ପଟ୍ଟନାୟକ, ପ୍ରଭୁଦତ୍ତ ଦାସ ଙ୍କୁ ଓଡିଶା ସେବା ରତ୍ନ, ବିଶିଷ୍ଟ ଆଇନଜୀବୀ ଯଯାତି କେଶରୀ ମହାନ୍ତି ଙ୍କୁ ଓଡିଶା ଆଇନ ରତ୍ନ, ଶିଳ୍ପଦ୍ୟୋଗୀ ସତ୍ୟବାନ ରାଉତରାୟଙ୍କୁ ଓଡିଶା ଶିଳ୍ପ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା.ଏଥି ସହିତ ଜିଲ୍ଲା ଶିଳ୍ପ କେନ୍ଦ୍ର ବିକାଶ ଅଧିକାରୀ ସୀତାରାମ ସାହୁ,ନିରାକାର ଦାଶ ଙ୍କୁ ସମ୍ମାନିତ କରାଯାଇଥିଲା | ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ ସଂଯୋଜକ ପ୍ରଦ୍ମାଳୟା ବ୍ରହ୍ମଚାରୀ ଅଧକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ଦିପେଶ ମହାପାତ୍ର ଅତିଥିଙ୍କୁ ସ୍ୱାଗତ କରିଥିଲେ।ନଟରାଜ ଡ୍ୟାନ୍ସ ଗ୍ରୁପ ଅନୁଷ୍ଠାନ ର ଓଡିଶୀ ନୃତ୍ୟରୁ ସାଂସ୍କୃତିକ ବିଚିତ୍ରା ଆରମ୍ଭ ହୋଇଥିଲା।ପରେ ପରେ ଭୂଆସୁଣୀ ଡ୍ୟାନ୍ସ ଗ୍ରୁପ, ହାଁସନାଥ କଳାକେନ୍ଦ୍ର, ଘୁଙ୍ଗୁର ଡ୍ୟାନ୍ସ , ରୋଜ ଟ୍ରି ଡ୍ୟାନ୍ସ ଏକାଡେମୀ, ଆଦି ନୃତ୍ୟ ଡ୍ୟାନ୍ସ ଏକାଡେମୀ, ଧ୍ରୁବତାରା ଡ୍ୟାନ୍ସ ଏକାଡେମୀ, ଶୋଭା ନୃତ ଡ୍ୟାସ ଏକାଡେମୀ ଆକର୍ଷଣୀୟ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ. ଏଥି ସହିତ ଯୁବ ଯାଦୁଗର ବିଭୋର ମହାପାତ୍ର ମ୍ୟାଜିକ ଦେଖାଇ ସମସ୍ତଙ୍କୁ ଆନନ୍ଦିତ କରିଥିଲେ।ଏହି ଅବସରରେ ଅନେକ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।ସବିତା ମହାନ୍ତି ବବିତା ସ୍ୱାଇଁ ରଶ୍ମି ରଂଜନ ତ୍ରିପାଠୀ, ବିଶ୍ୱଜିତ ସେନାପତି, ସୁବାଶିଷ ଦାସ ସୁନୀଲ ଦାସ ଶକ୍ତି ପ୍ରସାଦ ସାମଲ, ତନ୍ମୟ ରାୟ, ସୁଶାନ୍ତ ପାତ୍ର,ସତ୍ୟ ପ୍ରସାଦ ବଳ ସାମନ୍ତ ସନ୍ଦୀପ ମିଶ୍ର ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ ପ୍ରକାଶ ନାୟକ ମଞ୍ଚ ରେ ଉଦଘୋଷଣା ଶେଷ ରେ ଉପ ସଭାପତି ସୁଧାକର କୁମାର ଧନ୍ୟବାଦ ଅର୍ପଣ କରିଥିଲେ।