କଟକ (ଉତ୍କଳ ନ୍ୟୁଜ ) ୮-୦୫-୨୦୨୫ : ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଶ୍ରୀ ଓଁକାରାନନ୍ଦ ସରସ୍ବତୀଙ୍କ ଦ୍ୱାରା ବୈଦିକ ରୀତି ଅନୁଯାୟୀ ଚିନ୍ମୟ ମିଶନର ପ୍ରତିଷ୍ଠାତା ପୂଜ୍ୟ ସ୍ୱାମୀ ଚିନ୍ମୟାନନ୍ଦ ସରସ୍ବତୀ ଙ୍କ ଶତନାମ ଅର୍ଚ୍ଚନା ସହିତ ଭଗବତ ଗୀତାର ପଞ୍ଚଦଶ ଅଧ୍ୟାୟ ର ଆବୃତ୍ତି ଓ ଆଲୋଚନା କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ପୂଜ୍ୟ ଗୁରୁଦେବ ସ୍ୱାମୀଚିନ୍ମୟାନନ୍ଦଙ୍କ ଜିବନୀ,ଦର୍ଶନ ଏବଂ ହିନ୍ଦୁ ଧର୍ମ ପ୍ରତି ତାଙ୍କ ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରାଯାଇଥିଲା | ଏହି ଅଧ୍ୟାତ୍ମିକ କାର୍ଯ୍ୟକ୍ରମରେ ମିଶନର ଆଚାର୍ଯ୍ୟ ସ୍ୱାମୀ ଓଁକାରାଆନନ୍ଦ ସରସ୍ବତୀ ଙ୍କ ଦ୍ୱାରା "ମୋ ସାଧନା ରେ ଗୁରୁଦେବଙ୍କ ଆବଶ୍ୟକତା" ଉପରେ ଆଲୋଚନା କରା ଯାଇଥିଲା |

ଏହି ଆଲୋଚନାରେ ମିଶନର ସଭାପତି ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ଦ୍ବିବେଦୀ,ଉପସଭାପତି ଶ୍ରୀଯୁକ୍ତ ବିଜୟ କୁମାର ସେନାପତି, ସମ୍ପାଦକ ଶ୍ରୀଯୁକ୍ତ ରିଷିକାନ୍ତ ଖଣ୍ଡାୟୀ, ଶ୍ରୀଯୁକ୍ତ ଦିବାକର ପାଣି, ଶ୍ରୀଯୁକ୍ତ ଶ୍ରୀଚରଣ ରାଉତ,ଶ୍ରୀଯୁକ୍ତ ସୁନାକର ଦାସ, ଶ୍ରୀଯୁକ୍ତ ଏସ. ଲୋକେଶ କୁମାର, ଶ୍ରୀମତୀ ଲତିକା ପୋଥାଳ ଓ ଅନେକ ଶ୍ରଦ୍ଧାଳୁ ଭାଗ ନେଇଥିଲେ |