ମହାସମାରୋହରେ ବିଜୟା ଦଶମୀ ମହୋତ୍ସବ ସମାହିତ |

325

କଟକ (ଉତ୍କଳ ନ୍ୟୁଜ ) ୮-୪-୨୦୨୫ : ଭଦ୍ରକ ଜିଲ୍ଲା ତିହିଡି ଶ୍ରୀରାମ ନବମୀ ସମିତି ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପବିତ୍ର ବିଜୟା ଦଶମୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ତିହିଡି କଲେଜ ଛକ ଠାରୁ ପୁଣି ପୁରୁଣାହାଟ ଛକ ଯାଏଁ ତୋରଣ ଓ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଥିଲା । ତିହିଡି ବ୍ଲକର ବିଭିନ୍ନ ଅଂଚଳରୁ ୪୧ଟି ସୁଦୃଶ୍ୟ ମେଢ ଏଥିରେ ସାମିଲ ହୋଇଥିଲେ । ହଜାର ହଜାର ରାମଭକ୍ତଙ୍କ ସମାଗମରେ ତଥା ଜୟ ଶୀରାମ ଧ୍ୱନିରେ ତିହିଡି ବଜାର ପ୍ରକମ୍ପିତ ହୋଇ ଉଠିଥିଲା । ମେଢ ଗୁଡିକ ଡିଜେ ସହିତ ବିଭିନ୍ନ ପ୍ରକାର ପାରମ୍ପରିକ ବାଦ୍ୟ ଆଦି ପରିବେଷଣ କରି ତିହିଡି ବଜାର ଅତିକ୍ରମ କଲାବେଳେ ପରିବେଶ ଉତ୍ସବ ମୁଖରିତ ହୋଇ ଉଠିଥିଲା । ମେଢ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିବା ଶ୍ରଦ୍ଧାଳୁ ମାନଙ୍କ ଲାଗି ତିହିଡିର ବିଭିନ୍ନ ସଙ୍ଗଠନ ପକ୍ଷରୁ ଦହିପଣା, ଥଣ୍ଡା, ସରବତ ଠାରୁ ଆରମ୍ଭ କରି ବଭିନ୍ନ ପ୍ରକାର ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥିଲା । ସେହିପରି ମେଢ ଗୁଡିକ ତିହିଡି ନୂଆପୋଖରୀ ନିକଟସ୍ଥ ରାମ ମନ୍ଦିର ନିକଟରେ ପହଞ୍ଚିବା ପରେ ଶ୍ରୀରାମ ନବମୀ ସମିତି ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଅତିରିକ୍ତ ଏସପି ବାସୁଦେବ ସ୍ୱାଇଁ, ତହସିଲଦାର ଓ ବିଡିଓ, ତିହିଡ଼ି ଓ ପୀରହାଟ ଥାନାର ଆଇଆଇସିଙ୍କ ସମେତ ୧୫ ପୁଲିସ ଅଧିକାରୀ ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୭ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ବରିଷ୍ଠ ନେତା ଦୀନବନ୍ଧୁ ପତି, ଯୁବନେତା ଉଦୟ ନାରାୟଣ ମଳ୍ଲିକ ଓ ଅଜୟ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ସାଧୁ ଗଙ୍ଗାରାମ ଦାସ, ଜୟଦେବ ସାହୁ, ଶ୍ରୀରାମ ନବମୀ ସମିତିର ସଭାପତି କିଶୋର ନାୟକ, ଉପସଭାପତି ରବୀନ୍ଦ୍ର ଦାସ, ସମ୍ପାଦକ ଯଯାତି କେଶରୀ ଦାସ, କୋଷାଧ୍ୟକ୍ଷ ନୀଳମଣି ସାବତ, ସୀତାକାନ୍ତ ନାୟକ, ତପନ ପଣ୍ଡା, ବିଶ୍ୱଜିତ ବେହେରା, ପ୍ରଶାନ୍ତ ବଳ, ନିତ୍ୟାନନ୍ଦ ଜେନା, ପି.ହୃଷିକେଶ, ରଘୁନାଥ ପାତ୍ର, ଶୁଭ୍ରନାରାୟଣ ସେଠୀ, ଦେବବ୍ରତ ପାଢୀ, ଶୁକଦେବ ମଲ୍ଲିକ, ପ୍ରତାପ ଜେନା. ଗଙ୍ଗାଧର ଦତ୍ତ, କେଶବ ବେହେରା, ତପୁନ ପାଣି, ଅଜୟ ନାୟକ ଓ ହରିଶ୍ଚନ୍ଦ୍ର ନାୟକ ପ୍ରମୁଖ ଏହି ମହୋତ୍ସବକୁ ପରିଚାଳନା କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |