କଟକ ( ଉତ୍କଳ ନ୍ୟୁଜ ). ୧୫-୦୮-୨୦୨୬ : ବ୍ରିଟିଶ ଉପନିବେଶବାଦ ହାତରୁ ଆମ ଦେଶ ଆଜାଦୀ ପାଇଥିବାର ୮୦ ବର୍ଷ ସ୍ମାରକୀ ଉପଲକ୍ଷେ ଭଦ୍ରକ ଜିଲ୍ଲା ପ୍ରଗତିଶୀଳ ସାହିତ୍ୟ ପରିଷଦ ପରିଚାଳିତ କନିକା ପ୍ରଜା ଭାବଗ୍ରାହୀ ପାଠାଗାର ପରିସରରେ ତ୍ରିରଙ୍ଗା ପତାକାକୁ ଧାମନଗର ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଶିକ୍ଷାବିତ୍ ପବିତ୍ର ପାଣିଗ୍ରାହୀ ଉତ୍ତୋଳନ କରିଥିଲେ । ମୁଖ୍ୟ ଆଲୋଚକ ଭାବେ ଓଡିଶା ଉଚ୍ଚ ନ୍ଯାୟାଳୟର ବିଶିଷ୍ଟ ଆଇନଜୀବି ଦୀପକ ମହାପାତ୍ର ସ୍ୱାଧୀନତା ଦିବସର ତାତ୍ପର୍ଯ୍ୟ, ପାଇକ ବିଦ୍ରୋହ, ସିପାହୀ ବିଦ୍ରୋହ, ଅସହଯୋଗ ଆନ୍ଦୋଳନ, ଆଇନ ଅମାନ୍ୟ ଆନ୍ଦୋଳନ, ଭାରତଛାଡ ଆନ୍ଦୋଳନ, ତେଭାଗା ଆନ୍ଦୋଳନ, ମହାରାଷ୍ଟ୍ରର ୱାର୍ଲି ଆଦିବାସୀ ବିଦ୍ରୋହ, ତେଲେଙ୍ଗାନାର ସଶସ୍ତ୍ର କୃଷକ ବିଦ୍ରୋହ, ନୀଳଗିରି ପ୍ରଜା ଆନ୍ଦୋଳନ, ଢେଙ୍କାନାଳ ପ୍ରଜା ଆନ୍ଦୋଳନ, ଆଠଗଡ ପ୍ରଜା ଆନ୍ଦୋଳନ, ଇରମ ଗୁଳିକାଣ୍ଡ, ସହୀଦନଗର ଗୁଳିକାଣ୍ଡ, ଭଣ୍ଡାରୀପୋଖରୀ ଫାଣ୍ଡି ପୋଡି, ୧୯୧୪ ମସିହା ବାଲେଶ୍ବର ଯୁଦ୍ଧ, ରଣପୁରରେ ସହୀଦ ରଘୁ ଦିବାକର ଙ୍କ ଭୂମିକା, କନିକା ପ୍ରଜା ଆନ୍ଦୋଳନର ଅନ୍ୟତମ ନେତା ବିପ୍ଲବୀ ବୀର ଚକ୍ରଧର ବେହେରା, ଅନ୍ୟତମ କନିକା ବୀର କୃଷ୍ଣଚନ୍ଦ୍ର ପରିଡା, କନିକା ଗୁଳିକାଣ୍ଡ ର ସହୀଦ ବାସୁ ସେଠୀ ଓ ବିସୁନି ମଢୁଆଳଙ୍କ ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଅନ୍ୟତମ ବକ୍ତାଭାବେ ଇଂ ଅଭୟ ସୂତାର, ସିପିଆଇ(ଏମ) ଯୁବନେତା ବିକାଶ ନାଥ, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ବିଶିଷ୍ଟ ଆଇନଜୀବୀ ଦିବ୍ୟସିଂହ ନାୟକ, ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଭଦ୍ରକ ଓକିଲ ସଂଘ ପୂର୍ବତନ ଉପସଭାପତି ଅଶୋକ କୁମାର ନାୟକ, ଭଦ୍ରକ ଓକିଲ ସଂଘର ଅନ୍ୟତମ ପୂର୍ବତନ ଉପସଭାପତି ମନୋରଞ୍ଜନ ଦାସ, ଜାତୀୟ କଂଗ୍ରେସ ନେତ୍ରୀ ଅମିତାବାଳା ଆଚାର୍ଯ୍ୟ, ବରିଷ୍ଠ ଆଇନଜୀବୀ ଅଗଣି ଚରଣ ଜେନା, ଯୁବ ନେତା ବିନୋଦ ସାହୁ, ବରପଦା କର୍ମଚାରୀ ସଂଘ ନେତା ବିଜୟ ରାଉତ, ସମାଜସେବୀ ସେକ୍ କସିମୂଦ୍ଦିନ, ଓଡିଶା କ୍ଷେତ ମଜଦୂର ୟୁନିୟନ ଭଦ୍ରକ ଜିଲ୍ଲା ଉପସଭାପତି ସୁରେନ୍ଦ୍ର ନାୟକ, ଯୁବ ସମାଜସେବୀ ସେକ୍ ରୁସ୍ତମ, ଯୁବ ଆଇନଜୀବୀ ଉମାକାନ୍ତ ବାରିକ୍, ସମାଜସେବୀ ସୂଜାତା ପାଣିଗ୍ରାହୀ, ଛାତ୍ର ନେତା ବ୍ରହ୍ମାନନ୍ଦ ନାଥ, ସମାଜସେବୀ ମାଧବାନନ୍ଦ ବେହେରା ପ୍ରମୁଖ ବକ୍ତବ୍ଯ ପ୍ରଦାନ କରିଥିଲେ । ଏହି ସମାରୋହରେ ଭାବଗ୍ରାହୀ ପାଠାଗାର ଅଧ୍ୟକ୍ଷ ବିଶିଷ୍ଟ ଅଧିବକ୍ତା ଗିରିଧାରୀ ନାଥ ଅଧ୍ୟକ୍ଷତା କରିଥିବା ବେଳେ ଭାବଗ୍ରାହୀ ପାଠାଗାର ସଂପାଦକ ପ୍ରଫେସର ଅଟଳ ବିହାରୀ ନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଭାବଗ୍ରାହୀ ପାଠାଗାର କୋଷାଧ୍ୟକ୍ଷ ଶିକ୍ଷକ ନେତା ଚିତ୍ରଭାନୁ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।