କଟକ ( ଉତ୍କଳ ନ୍ୟୁଜ) ୦୪-୦୮-୨୦୨୬ : ବନ୍ୟା ବିପର୍ଯ୍ୟୟ ମଧ୍ୟରେ ମାନବସେବାର ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛି ଉତ୍କଳମଣି ସେବା ସଂଘ। ସଂଘର ସ୍ୱେଚ୍ଛାସେବୀମାନେ ନୂଆସାହି, ସଦର ବଳିଆ, ସାଟିଉଟି, ବଙ୍ଗାଳିପଡ଼ା, ବଙ୍ଗାଳି ଦପା ସମେତ ବିଭିନ୍ନ ବନ୍ୟା ପ୍ରଭାବିତ ଓ ଦୁର୍ଗମ ଅଞ୍ଚଳକୁ ପ୍ରାୟ ୧୬ କିଲୋମିଟର ପାଦରେ ଅତିକ୍ରମ କରି ଅସହାୟ ପରିବାରମାନଙ୍କ ନିକଟରେ ପହଞ୍ଚିଥିଲେ।

ସେମାନଙ୍କୁ ଚୁଡ଼ା, ମୁଢ଼ି, ବିସ୍କୁଟ, ଚିନି, ଓଆରଏସ ପାନୀୟ ଜଳ, ମହମବତୀ, ଦିଆସିଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ କରା ଯାଇଥିଲା। ବନ୍ୟା କାରଣରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ଅଞ୍ଚଳରେ ପହଞ୍ଚି ସ୍ୱେଚ୍ଛାସେବୀମାନେ ଲୋକଙ୍କ ସୁବିଧା–ଅସୁବିଧା ବୁଝି ସେମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦେଇଥିଲେ। ଏହି ସେବାକାର୍ଯ୍ୟରେ ସଂଘର ସଭାପତି ଖଗେଶ୍ୱର ତ୍ରିପାଠୀ, କୋଷାଧ୍ୟକ୍ଷ ରବୁ ସଲିମ୍, ହରିହର କର, ବିସ୍ମୟ ବିହାରୀ ସାହୁ, ରବୀନ୍ଦ୍ର ନାୟକ, ଚଢ଼େଇ ମଲ୍ଲିକ, ବିପ୍ଳବ ସାହୁ, ତୁଷାର ନାୟକ, ଆୟୁଷ ରାଉଳ, ମୃତ୍ୟୁଞ୍ଜୟ ମଲ୍ଲିକ, ଶୁଭମ ପାତ୍ର ଓ ସାଦିକ ଖାନ୍ ପ୍ରମୁଖ ସ୍ୱେଚ୍ଛାସେବୀ ସକ୍ରିୟ ଭାବେ ସାମିଲ ହୋଇଥିଲେ। ସଂକଟ ସମୟରେ ଉତ୍କଳମଣି ସେବା ସଂଘର ଏହି ନିଷ୍ଠାପୂର୍ଣ୍ଣ ମାନବସେବାକୁ ସ୍ଥାନୀୟ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଥିବା ଜଣାପଡ଼ିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ।