ବିଶିଷ୍ଟ ଶିକ୍ଷାବିତ୍ ପ୍ରଭାକର ସାହୁଙ୍କ ସ୍ମୃତିଚାରଣ ସଭା |

152

କଟକ (ଉତ୍କଳ ନ୍ୟୁଜ ) ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ତୋଟାପଡା ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ପ୍ରଭାକର ସାହୁଙ୍କ ଏକାଦଶାହ ତିଥିରେ ସ୍ମୃତିଚାରଣ ସଭା ତାଙ୍କ ବାସ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଜଣେ ଧର୍ମପରାୟଣ, ପରୋପକାରୀ, ଧର୍ମାନୁଷ୍ଠାନ ପ୍ରେମୀ ତଥା ସାଇପ୍ରେମୀ ଭାବେ ବେଶ ପରିଚିତ । ସ୍ଥାନୀୟ ଅଞ୍ଚଳରେ ସୁଖଦୁଃଖର ସାଥିଭାବେ ପ୍ରଭାକର ସାର ଚିରଦିନ ସ୍ମୃତି ହୋଇ ରହିବେ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜୀବନ ଯାପନ କରିଲେ ତାଙ୍କ ପ୍ରତି ଅଶ୍ରୃଳ ଶ୍ରଦ୍ଧାଞ୍ଜଳି ହେବ ବୋଲି ମତପ୍ରକାଶ ପାଇଥିଲା । ୯୩ ବର୍ଷ ପର୍ଯର୍୍ୟନ୍ତ ସେ ସାମୟିକ ସୁସ୍ଥ ଥିଲେ ଏବଂ ତାଙ୍କର ଉପଦେଶ ସର୍ବଦା ମନେ ରହିବ ବୋଲି ଅତିଥିମାନେ କହିଥିଲେ । ସାହିତ୍ୟିକ ତଥା ଗୀତିକାର ପିତାମ୍ବର ମିଶ୍ରଙ୍କ ସଂଚାଳନାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ସତ୍ୟନାରାୟଣ ପଣ୍ଡା, ବିଷ୍ଣୁମୋହନ ନାୟକ, ଇ.ଅଭୟ ସୂତାର, ପୂର୍ବତନ ସରପଞ୍ଚ ଖଗେଶ୍ୱର ବେହେରା, ପାର୍ଥସାରଥି ନାୟକ, ସାହିତ୍ୟିକ ଡ. ଅରୁଣ ପଣ୍ଡା, ଅଭୟ ଦାସ, ଧିରେନ୍ଦ୍ର ସାହୁ, ସଞ୍ଜୟ ଦାସ, ପାର୍ଥସାରଥି ସାହୁ, ଦେବଦତ୍ତ ସାହୁ, ଅକ୍ଷୟ ସାହୁ, ମାୟାଧର ପରିଡା, କୃତ୍ତିବାସ ଦାସ, ଅଭୟ ଦାସ, ରଜତ ସାହୁ, ଗୋପବନ୍ଧୁ ଦାସ, ଲକ୍ଷ୍ମୀଧର ମହାପାତ୍ର, ନିତ୍ୟାନନ୍ଦ ନାୟକ ଓ ଉଦିତ ନାରାୟଣ ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରଭାକର ସାହୁଙ୍କ ସ୍ମୃତିଚାରଣ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |