କଟକ ( ଉତ୍କଳ ନ୍ୟୁଜ ) ୨୯-୦୮-୨୦୨୬: ଭାରତୀୟ କିସାନ ସଂଘ ପକ୍ଷରୁ ବଳରାମ ଜୟନ୍ତୀ ଅବସରରେ ଚାଷୀଙ୍କୁ ସମ୍ମାନୀତ କରାଯାଇଛି। କିଶନନଗର ତହସିଲ ଅନ୍ତର୍ଗତ ମଙ୍ଗଦେଇପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂଘର ରାଜ୍ୟ ସଂଯୋଜକ ମୟୁରେଶ ଦାଶ ଯୋଗଦେଇ ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରି ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ଵ ଦେଇ ଲଢେଇ କରିବା ହେଉଛି ସଂଘର ଦାୟିତ୍ଵ ବୋଲି କହିଥିଲେ।ସମ୍ମାନୀତ ଅତିଥି ଭାବେ ରାଜ୍ୟ ସମ୍ପାଦକ ଦେବୀ ପ୍ରସାଦ ପତି,ଅନିଲ ଦାଶ,ସୁମନ୍ତ ସାହୁ ଓ ଅଭୟ ପଣ୍ଡା ,ପ୍ରତାପ ବେହେରା ପ୍ରମୁଖ ଯୋଗଦେଇ ଚାଷୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ଆଖ ପାଖ ଅଞ୍ଚଳର ଚାଷୀଙ୍କୁ ଉତ୍ତରୀୟ ସହ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା।

ଏହି ଅବସରରେ ଚାରା ରୋପଣ କରାଯାଇଛି।ଦୁଲାଲ ଭୋଇ ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ହୋଇ ଥିବା ବେଳେ ନିତାଇ ଦଳେଇ,ରବି ତ୍ରିପାଠୀ,ସୁଶାନ୍ତ ବେହେରା,ଯୁବରାଜ ପଣ୍ଡା,ରବୀନ୍ଦ୍ର ପତ୍ର,ତ୍ରିଲୋଚନ ପତି,ଅଶ୍ଵିନୀ ମହାପାତ୍ର, ବିପିନି ରାଉତ,ବିଶ୍ବରଂଜନ ସେଠୀ, ସତ୍ୟବ୍ରତ ରାଉତ ପରିଚାଳନାରେ ସହଯୋଗ କରିଥିଲେ।,, କଟକ ସଦରରୁ ଭୈରବ ଚନ୍ଦ୍ର ସେଠୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |