କଟକ,( ଉତ୍କଳ ନ୍ୟୁଜ ) ୧୪-୦୮-୨୦୨୬ : ଦେଶର ଗୌରବମୟ ସ୍ୱାଧୀନତା ସଂଗ୍ରାମର ସ୍ମୃତିକୁ ଜନମାନସରେ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ହର ଘର ତ୍ରିରଙ୍ଗା ଅଭିଯାନ ଦେଶବ୍ୟାପୀ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ସାମୂହିକ ବନ୍ଦେ ମାତରମ୍ ଗାନ ଗଡଗଡିଆ ଘାଟଠାରେ ଅୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ବନ୍ଦେ ମାତରମ ଗାନ କରିଥିଲେ ।

ଏହି ଅବସରରେ ସାମୁହିକ ବନ୍ଦେ ମାତରମ୍ ଗାନ ସହିତ ବୋଟିଂ ଏବଂ ଜନସାଧାରଣଙ୍କୁ ଜାତୀୟ ପତାକା ବଣ୍ଟନ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର ସମସ୍ତ କାର୍ଯ୍ୟ ର ସୁପରିଚାଳନା କରିଥିଲେ। କଟକ ମହାନଗର ନିଗମ କମିଶନର ସୁଶ୍ରୀ କିରଣଦୀପ କୌର୍ ସହୋତା, କଟକ ସଦର ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ବାରିକ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା ପ୍ରମୁଖଙ୍କ ଉପସ୍ଥିତ ଥିଲେ ।