ବନ୍ୟା ବିପନ୍ନ ପାଖରେ ପହଁଚିଲା କୋରେଇ ବିଧାୟକଙ୍କ ସ୍ବତନ୍ତ୍ର ରିଲିଫ୍ ପ୍ୟାକେଟ।

235

କଟକ ( ଉତ୍କଳ ନ୍ୟୁଜ ). ୨୬-୦୮-୨୬ : ବନ୍ୟା ବିପନ୍ନ ପାଖରେ ପହଁଚିଲା କୋରେଇ ବିଧାୟକଙ୍କ ସ୍ବତନ୍ତ୍ର ରିଲିଫ୍ ପ୍ୟାକେଟ। ରସୁଲପୁର ବ୍ଳକର ଖରସ୍ରୋତା ଏବଂ ଏହାର ଶାଖା ଛିଡା ଖରସ୍ରୋତା ନଦୀରେ ଦୀର୍ଘ ପନ୍ଦର ଦିନ ଧରି ପାଣିଘେର ରେ ଥିବା ଦୁଃଖ ଦୁର୍ଦ୍ଦିନ ଭିତରେ ପିଲାଛୁଆଙ୍କୁ ଏବଂ ପ୍ରାଣୀ ମାନଙ୍କୁ ସାଙ୍ଗରେ ଧରି ଜୀବନ ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ବନ୍ୟା କ୍ଲିଷ୍ଟଙ୍କ ପାଖରେ କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ଏକ ସ୍ୱତନ୍ତ୍ର ରିଲଫ୍ ସାମଗ୍ରୀ ଦଳୀୟ ନେତ୍ରୁ ମଣ୍ଡଳୀଙ୍କ ମାଧ୍ୟମରେ ବଣ୍ଟା ଯାଇଥିଲା ପ୍ରଥମ ପର୍ଯ୍ୟାୟରେ ଏହି ସ୍ୱତନ୍ତ୍ର ରିଲିଫ୍ ରସୁଲପୁର ବ୍ଲକର ଗନ୍ଧଣ ପଞ୍ଚାୟତର ବଣ୍ଟରା, ଏକତଳା ଗ୍ରାମରେ ବଣ୍ଟା ଯାଇଥିଲା ୨ୟ ପର୍ଯ୍ୟାୟରେ ଆଜି ବହାଦଲ ପୂର୍ ପଞ୍ଚାୟତର ପରିଡ଼ାବାଦ୍ ଗ୍ରାମରେ ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ପ୍ରହ୍ଲାଦ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଶିଶିର ମହାନ୍ତି, ବିଧାୟକଙ୍କ ମିଡ଼ିଆ ପ୍ରତିନିଧି ପଦ୍ମଲୋଚନ ନାୟକ, ମଣ୍ଡଳ ସଭାପତି ବିଦୋଦ ମହାରଣା, ସମିତି ସଭ୍ୟ ମାମି ମହାନ୍ତି, ବହାଦଳପୂର୍ ପଞ୍ଚାୟତ ସଭାପତି ଅକ୍ଷୟ ସାହୁ, ପୂର୍ବତନ ସମିତି ସଭ୍ୟ ସୋମାକାନ୍ତ ଦ୍ୱିବେଦୀ , ଆକାଶ ବାହିନୀ ସଂଗଠନର ଆଲୋକ ଦାସ, ଦେବକାନ୍ତ ପଲେଇ, ବସନ୍ତ ପଣ୍ଡା, ବାସୁଦେବ ପଲେଇ , ବନମାଳୀ ମିଶ୍ର , ଗନ୍ଧଣ ପଞ୍ଚାୟତ ସଭାପତି ପ୍ରମୁଖଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା | ଯାଜପୁର ରୁ ପ୍ରଶାନ୍ତ କୁମାର ନାୟକ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |