ବିଜେପି ର ପ୍ରଚାର ପ୍ରସାର ପାଇଁ କୋଡିଏ ଲକ୍ଷ ଖର୍ଚ୍ଚ କରିଦେଲେ କାର୍ଯ୍ୟନିର୍ବାହୀ ଅଧିକାରୀ ! ଅଭିଯୋଗ ଆଣିଲେ କାଉନ୍ସିଲର |
କଟକ(ଉତ୍କଳ ନ୍ୟୁଜ ) କୋଦଳା ଏନଏସି ର ବିଚିତ୍ର ନୀତି ଦିନକୁ ଦିନ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଦୁର୍ନୀତି ବଢିଚାଲିଥିବା ବେଳେ ଏବେ ଆଉ ଏକ ଘଟଣା ପଦାକୁ ଆସିଛି ଯାହାକି ବିଜେପି ର ପ୍ରଚାର ପ୍ରସାର ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ କୋଡିଏ ଲକ୍ଷ ଟଙ୍କାର ବିଜେପି ପାଇଁ ଖରଖରୀ ନିକଟରେ ଗୋଟିଏ ଓ ହାଟତୋଟା ନିକଟରେ ଗୋଟିଏ ୱେଲକମ ଗେଟ କରି ଏହି ଟଙ୍କା ଖର୍ଚ୍ଚ କରିଛନ୍ତି ଓ ସେହି ଗେଟ ରେ ବିଜେପି ର ଦଳୀୟ ଚିହ୍ନ ଲଗାଯାଇଛି ବୋଲି ଅଭିଯୋଗ କରିଛନ୍ତି କାଉସିଲର ଭଗବାନ ପାଢ଼ୀ। ସେ ଆହୁରି କହିଛନ୍ତି ଦାୟିତ୍ୱ ରେ ଥିବା ବେଗୁନିଆପଡା ବ୍ଲକ ର ଯେଇ ଧର୍ମେନ୍ଦ୍ର ବାରତିଆ ଓ ଏମି ପ୍ରଦୀପ କୁମାର ସାହୁ ମଧ୍ୟ ପୁରା ସମ୍ପୃକ୍ତ ଅଛନ୍ତି ତା ସହିତ ଯୋଉ ଗେଟ ଦୁଇଟି ନିର୍ମାଣ ହୋଇଛି ପୂରୁଣା ଫାଉଣ୍ଡେସନ ଉପରେ ନିର୍ମାଣ ହେବା ସହ ଅତି ନିମ୍ନମାନର କଳଙ୍କିତ ପାଇପ ରେ ନିର୍ମାଣ କରି ଲକ୍ଷ ଲକ୍ଷ ଟଙ୍କା ଆତ୍ମ ସାତ କରିଛନ୍ତି ବୋଲି ଶ୍ରୀ ପାଢ଼ୀ କହିଛନ୍ତି କେମିତି ସରକାରୀ ଅର୍ଥ କୁ ଦୂରୁପଯୋଗ କରି ବିଜେପି ପାଇଁ ଖର୍ଚ୍ଚ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଏଥିରେ ମୁଖ୍ୟ ମାଷ୍ଟର ମାଇଣ୍ଡ ହେଉଛନ୍ତି ଖୋଦ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ।ପ୍ରକାଶ ଥାଉକି ଏହି ଘଟଣା ଉପରେ ଗଞ୍ଜାମ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଟ ରେ ଶ୍ରୀ ପାଢ଼ୀ ଅଭିଯୋଗ କରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା କୌଣସି ତଦନ୍ତ ହୋଇନାହିଁ ଖାଲି ସେତିକି ନୁହେଁ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ରେ କୋଦଳା ଏନଏସି ରେ ହୋଇଥିବା ବିଭିନ୍ନ ଦୁର୍ନୀତି ଉପରେ ୫୮ଟି ଅଭିଯୋଗ ଦେଇଥିଲେ ମଧ୍ୟ ବର୍ତମାନ ସୁଦ୍ଧା କୌଣସି ତଦନ୍ତ ନ ହେବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଶ୍ରୀ ପାଢ଼ୀ । କୋଦଳା ଏନଏସି ରେ ହୋଇଥିବା ଦୁର୍ନୀତି ଉପରେ ଭିଜିଲାନ୍ସ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଶ୍ରୀ ପାଢ଼ୀ। ଗଞ୍ଜାମ ରୁ ଭଗବାନ ପଢି ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |