ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଏଡ଼ସ ସମ୍ବନ୍ଧୀୟ କୁଇଜ୍ ପ୍ରତିଯୋଗିତାରେ ବାଲିପାଟଣାର ଆଦିତ୍ୟ ପ୍ରଥମ ଓ ଭୁବନେଶ୍ୱରର ପ୍ରତୀକ ଦ୍ଵିତୀୟ।
କଟକ ( ଉତ୍କଳ ନ୍ୟୁଜ ) ୨୨-୦୮-୨୦୨୬: ଓଡ଼ିଶା ରାଜ୍ୟ ଏଡ଼ସ ନିୟନ୍ତ୍ରଣ ସମିତି ଭୁବନେଶ୍ୱର ଏବଂ ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଭୁବନେଶ୍ୱରର ମିଳିତ ଉଦ୍ୟମରେ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ, ଖୋର୍ଦ୍ଧା ସୋନାମିକା ରାୟଙ୍କ ତତ୍ୱାବଧାନରେ ଆଜି ଖୋର୍ଦ୍ଧା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏଡ଼ସ ନିୟନ୍ତ୍ରଣ ସମିତିର ପରିଚାଳକ ବିଧାନ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ଦାୟିତ୍ୱରେ ଜିଲ୍ଲା ସ୍ତରୀୟ ଏଡ଼ସ ସମ୍ବନ୍ଧୀୟ କୁଇଜ୍ ପ୍ରତିଯୋଗିତା ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇ ଆର୍ ସି ଭିଲେଜ, ଭୁବନେଶ୍ୱରଠାରେ ଆୟୋଜନ ହୋଇଥିଲା । ଉକ୍ତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଜିଲ୍ଲାର ୧୧ ଟି ବ୍ଲକରୁ ୫0 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ସୁବ୍ରତ ତ୍ରିପାଠୀ, ଜିଲ୍ଲା ନୋଡାଲ ଅଫିସର (ଏ ଚ ଆଇ ଭି ଏ ଡ ସ ) ,ସମ୍ମାନିତ ଅତିଥିଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ବେହେରା, ଖୋର୍ଦ୍ଧା ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ତୋଫାନ କୁମାର ରାଉତରାୟ ଉପସ୍ଥିତ ଥିଲେ । ଆଜିର ପ୍ରତିଯୋଗିତାରେ ରାଜ୍ୟ ସ୍ତରକୁ ୨ ଜଣ ଛାତ୍ର ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ , ଆଦିତ୍ୟ ବିଶ୍ୱାଳ, ପିଏମ କୁଶଭଦ୍ରା ସରକାରୀ ଉଚ୍ଚ ବିଦ୍ୟାଳୟ, ଭାକରସାହି ବାଲିପାଟଣା ଏବଂ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ ପ୍ରତୀକପ୍ରଧାନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ ୬ ଭୁବନେଶ୍ୱର ମହାନଗର ନିଗମ । ସେମାନେ ରାଜ୍ୟ ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ଭାଗ ନେବେ । କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଜୟନ୍ତୀ ସାମନ୍ତରାୟ, କିଶୋର କାନୁନଗୋ, ଅଶୋକ ଦାସ, ପ୍ରତାପ ମଲ୍ଲିକ, ଅମରେନ୍ଦ୍ର ନାୟକ, ମନୋଜ ପ୍ରଧାନ, ରଶ୍ମୀ ରଞ୍ଜନ ଜେନା ଆଦି ସହଯୋଗ କରିଥିଲେ l ଭୁବନେଶ୍ୱର ରୁ ଜିତେନ କୁମାର ସାମନ୍ତରାୟ ଙ୍କ ରିପୋର୍ଟ ଉତ୍କଳ ନିୟୁଜ।