ବାସନ୍ତୀ ଭାରତ ଗ୍ୟାସ ଏଜେନ୍ସିରେ ଚଢ଼ାଉ କଲେ ଉପଖଣ୍ଡ ଯୋଗାଣ ବିଭାଗ. |

26

ବାସନ୍ତୀ ଭାରତ ଗ୍ୟାସ ଏଜେନ୍ସିରେ ଚଢ଼ାଉ କଲେ ଉପଖଣ୍ଡ ଯୋଗାଣ ବିଭାଗ. | କଟକ (ଉତ୍କଳ ନ୍ୟୁଜ ) ୨୭-୦୮-୨୬ : ଗତ ସୋମବାର ସନ୍ଧ୍ୟାରେ ଜୁନାଗଡ଼କୁ ଏକ ବାଲେରୋ ପିକଅପ ଗାଡି ରେ ଖାଉଟି ଗ୍ୟାସ ଚୋରାଚାଲାଣ ହେଉଥିଲା । ଏ ନେଇ ଯୋଗାଣ ବିଭାଗ କୌଣସି ମତେ ଖବର ପାଇ ଉକ୍ତ ସିଲିଣ୍ଡର ବୋଝେଇ ପିକଅପ ଗାଡିକୁ ଧରିବା ସହିତ ଗ୍ୟାସ ସିଲିଣ୍ଡରକୁ ଜବତ କରିଥିଲେ । ସେଥିମଧ୍ୟରୁ ୨ ଟି ସିଲିଣ୍ଡର ଡ୍ୟାମେଜ ଥିବା ବେଳେ ୧୯ ଟି ଖାଲି ସିଲିଣ୍ଡର ଓ ବାକି ୫୪ ଟି ଫୁଲ ସିଲିଣ୍ଡର ଥିଲା । ଯୋଗାଣ ବିଭାଗ ଗାଡିକୁ ପୁଲିସକୁ ଜିମା ଦେଇଥିବା ବେଳେ ଗ୍ୟାସ ସିଲିଣ୍ଡରକୁ ମୁଣ୍ଡରାଗୁଡା ଗ୍ୟାସ ଏଜେନ୍ସିକୁ ଜିମା ଦେଇଥିଲେ। ହେଲେ ତଦନ୍ତ ସମୟରେ ଫୁଣ୍ଡା ସ୍ଥିତ ବାସନ୍ତୀ ଭାରତ ଗ୍ୟାସ ଇଜେନ୍ସି ର ଭାରତ ଗ୍ୟାସ ସିଲିଣ୍ଡର ବୋଲି ଯୋଗାଣ ବିଭାଗ ଜାଣିଲା ପରେ ମଧ୍ୟ ଚୁପ ରହିଥିଲେ । ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବା ପରେ ଧର୍ମଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ଫୁଣ୍ଡା ସ୍ଥିତ ବାସନ୍ତୀ ଗ୍ୟାସ ଏଜେନ୍ସି ରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ସମ୍ପୃକ୍ତ ଏଜେନ୍ସି ଅନେକ ଅନିୟମିତତା କରିଥିବା ଜଣାପଡିଛି । ସେହିଭଳି ଉଜନ ମାପ ସାର୍ଟିପିକେଟ ମଧ୍ୟ ନାହିଁ । ଏତେ ସବୁ ଅନିୟମିତତା ଥାଇ ମଧ୍ୟ ବାସନ୍ତୀ ଏଜେନ୍ସିକୁ ବିଭାଗୀୟ ଅନୁକମ୍ପା ନେଇ ସାଧାରଣ ରେ ସନ୍ଦେହ ର ଉଦବେଗ ପ୍ରକାଶ ପାଇଛି l କଳାହାଣ୍ଡି ରୁ ରବିଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ l