ଅମିତ ଶାହାଙ୍କ ବହିଷ୍କାର ଦାବିରେ ଭଦ୍ରକରେ ଜେଲଭରୋ ଆନ୍ଦୋଳନ, ୩୯୫ ଗିରଫ।

87

କଟକ ( ଉତ୍କଳ ନ୍ୟୁଜ ). ୧୧-୦୮-୨୦୨୬ : ଐତିହାସିକ ଯୁବ ଛାତ୍ର ଆନ୍ଦୋଳନ-୨୦୨୬ ଉପରେ ଦିଲ୍ଲୀରେ ହୋଇଥିବା ଅମାନୁଷିକ ଆକ୍ରମଣ ଘଟଣାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର, ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, ସମସ୍ତ କୃଷି ଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଯୁକ୍ତ ଆଇନ ପ୍ରଣୟନ କରିବା, ଏମଜିଏନଆର ଇଜିଏ ଯୋଜନାକୁ ପୂର୍ବପରି ଚାଲୁ ରଖିବା, ଧର୍ମ ନିରପେକ୍ଷ ଗଣତନ୍ତ୍ରର ସୁରକ୍ଷା, ସଂଘୀୟ ବ୍ୟବସ୍ଥାର ସୁରକ୍ଷା, ସମସ୍ତ ଶ୍ରମଜୀବି ଜନଗଣଙ୍କ ସାମାଜିକ ସୁରକ୍ଷା, ସମସ୍ତ ସ୍କିମ ଶ୍ରମିକ ମାନଙ୍କୁ ସ୍ଥାୟୀ ଶ୍ରମିକର ମାନ୍ୟତା, ଓଡିଶାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିର ସୁଧାର ଆଣିବା, ଓଡିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ରାଜ୍ୟ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା, ଭଦ୍ରକ ଜିଲ୍ଲାରେ ହୋଇଥିବା ପ୍ରଳୟକାରୀ ବନ୍ୟାର ଉପଯୁକ୍ତ ତଦନ୍ତ ସହ ବନ୍ୟା ବିପନ୍ନଙ୍କୁ ସଠିକ କ୍ଷତି ପୂରଣ ଆଦି ଦାବି ନେଇ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମିଳିତ ମଞ୍ଚ, ସ୍ୱାଧୀନ ଫେଡେରେସନ ସମୂହ ଓ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ମିଳିତ ଭାବେ ଭଦ୍ରକ ବନ୍ତ ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ୍ କର୍ଡନ ଭାଙ୍ଗି ଗିରଫ ହୋଇଥିଲେ । ଓଡିଶାର ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ସମେତ ବିଜେପି ଶାସିତ ରାଜ୍ୟ ଗୁଡିକରେ ଯୁବ ଛାତ୍ର ସଂଗଠକ ମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ଗଣସଂଗଠନ ଗୁଡିକର ନେତୃବୃନ୍ଦ ତୀବ୍ର ନିନ୍ଦା କରିଥିଲେ ।

ଯୁକ୍ତରାଷ୍ଟ୍ର ଆମେରିକା ପାଖରେ ଭାରତର ସାର୍ବଭୌମତ୍ୱକୁ ମୋଦି ସରକାର ସମର୍ପି ଦେବା ଘଟଣାକୁ ଏହି ଜେଲ୍ ଭରୋ ଆନ୍ଦୋଳନରେ ତୀବ୍ର ବିରୋଧ କରା ଯାଇଥିଲା । ଏହି ଆନ୍ଦୋଳନରେ ସିଆଇଟିୟୁ ଭଦ୍ରକ ଜିଲ୍ଲା ସଭାପତି ଦିବ୍ୟସିଂହ ନାୟକ, ସିଆଇଟିୟୁ ଜିଲ୍ଲା ସଂପାଦକ କାଳନ୍ଦୀ ପାତ୍ର, ଓଡିଶା କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଓଡିଶା କୃଷକ ସଭା ଭଦ୍ରକ ଜିଲ୍ଲା ସଭାପତି ଚନ୍ଦ୍ରଶେଖର ନାୟକ, ଓଡିଶା କୃଷକ ସଭା ଜିଲ୍ଲା ସଂପାଦକ ପ୍ରଭାସ ମହାପାତ୍ର, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ରାଜ୍ୟ ସଂପାଦିକା ସୁରଜିତା ନାୟକ, ଏଆଇସିସିଟିୟୁ ଜିଲ୍ଲା ସଂପାଦକ ସମର ବଳ, ଅଖିଳ ଭାରତ ପ୍ରଗତିଶୀଳ ମହିଳା ସଂଗଠନ ଜିଲ୍ଲା ସଂପାଦିକା ଜୟନ୍ତୀ ବିଶ୍ବାଳ, ରାମଚନ୍ଦ୍ର ଶଙ୍ଖୁଆ, ରାଧାନାଥ ଦାସ, ରମେଶ ନାୟକ, ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଭାପତି ପ୍ରଫୁଲ୍ଲ ପାଢୀ, ଓଡିଶା କ୍ଷେତମଜଦୂର ୟୁନିୟନ ଜିଲ୍ଲା ସଂପାଦକ ଗିରିଧାରୀ ନାଥ, ମଳୟ ଭୋଇ, ବିଷ୍ଣୁ ଦାଶ, ମହେଶ୍ୱର ନାୟକ, ଅଶୋକ ବେହେରା, ଭାଗବତ ସେନାପତି, ଜ୍ୟୋତିର୍ମୟ ମଳିକ, ସତ୍ୟମୂର୍ତ୍ତି ବେହେରା, ମହିଳା ନେତ୍ରୀ ଗାୟତ୍ରୀ ବେହେରା, ଭୀମସେନ ଶଙ୍ଖୁଆ, ଅଜୟ ସେନାପତି, ନିରଞ୍ଜନ ପାଣି, ଚକ୍ରଧର ପାତ୍ର, ମହିଳା ନେତ୍ରୀ ମାନସୀ ଖଟୁଆ, ରଞ୍ଜିତା ପଣ୍ଡା, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଜିଲ୍ଲା ସଭାନେତ୍ରୀ ମମତା ଜେନା, ସୀତା ଦାସ, ଶାନ୍ତିଲତା ନାୟକ, ସେକ୍ ବାବୁ, ସେକ୍ ସନାଉଲ୍ଲା, ଅନୱାରୁଦ୍ଦିନ୍ ଅବଦଲ୍ କାଦ୍ରି, ସିପିଆଇଏମ ନେତା ଜୟନୁଲ ଆବେଦିନ ଓ ବିପ୍ଳବ ଯେନା ପ୍ରମୁଖ ଏହି ଆନ୍ଦୋଳନରେ ନେତୃତ୍ବ ନେବା ସହ ଗିରଫ ହୋଇଥିଲେ । ଏହି ଆନ୍ଦୋଳନରେ ମୋଟ ୩୯୫ ଜଣଙ୍କୁ ଭଦ୍ରକ ଟାଉନଥାନା ପୋଲିସ୍ ଗିରଫ କରି ୩ ଘଣ୍ଟା ଅଟକ ରଖିବା ପରେ ଅପରାହ୍ନ ଛାଡି ଦେଇଥିଲା। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |