ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦାନଗର, ଦୌଲତାବାଦ ଠାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ।

1201

କଟକ ( ଉତ୍କଳ ନ୍ୟୁଜ ) ୨୦-୦୮-୨୦୨୬: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦାନଗର, ଦୌଲତାବାଦ ଠାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ । ମଙ୍ଗଳବାର ସ୍କୁଲ ପରିସରରେ ଆୟୋଜିତ ଏହି ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ଚୌଦ୍ୱାର ସଂକୁଳ ର ମୋଟ ୧୧ ଗୋଟି ବିଦ୍ୟାଳୟ ଯଥା , ଆଗ୍ରା ହାଟ , ଚୌଦ୍ୱାର , ଗୁରୁଡ଼ିଝଟିଆ , ନଖରା , ହାଟ ସିସୁଆ , ଟାଙ୍ଗି , କଲ୍ୟାଣପୁର , ଖୁଣ୍ଟୁଣ୍ଣି , ବିରୂପା ବିହାର , ଜଗତପୁର , ଶିଶୁ ମନ୍ଦିର ରୁ ମୋଟ ୩୦୭ ଜଣ ଶିଶୁ ଭାଇ ଭଉଣୀ , ୧୭ ଜଣ ଦାୟିତ୍ୱ ରେ ଥିବା ଆଚାର୍ଯ୍ୟ , ଆଚାର୍ଯ୍ୟା , ୬ ଜଣ ସେବକ ସେବିକା ଏବଂ ଅଭିଭାବକ ଅଭିଭାବିକ ଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ଭାବେ ଟେଟ୍ରା ହେଡ୍ରନ୍ ଏଜୁକେଶନାଲ ଟ୍ରଷ୍ଟ, ର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ସମାଜସେବୀ ତ୍ରିଦେବ ବେହେରା , ଇମ୍ଫାର ବରିଷ୍ଠ ଜନ ସମ୍ପର୍କ ଅଧିକାରୀ ମାନସ ବସନ୍ତିଆ , ଚୌଦ୍ୱାର ସଂକୁଳ ପ୍ରମୁଖ ବଂଶୀଧର କାଣ୍ଡି , ସଂଯୋଜକ ସାରଦା ପ୍ରସାଦ ମହାନ୍ତି , ଚୌଦ୍ୱାର ମହାବିଦ୍ୟାଳୟ ଅଧ୍ୟକ୍ଷା ସସ୍ମିତା ଭୂୟାଁ ତତ୍ସହିତ ସଂକୁଳ ବିଜ୍ଞାନ ପ୍ରମୁଖ ସୁଭାଷ ଚନ୍ଦ୍ର ରାଉଳ ଙ୍କ ସହ ବହୁ ବରିଷ୍ଠ ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ବିଭିନ୍ନ ବିଭାଗ ଗଣିତ ପ୍ରଶ୍ନ ମଞ୍ଚ ,ସଂସ୍କୃତି ଜ୍ଞାନ ବିଭାଗ ,କଥା କଥନ , ଭାଷଣ,ନିବନ୍ଧ ପ୍ରତିଯୋଗିତା , ବିଜ୍ଞାନ ପ୍ରକଳ୍ପ ,ଗଣିତ ପ୍ରଶ୍ନ ମଞ୍ଚ ,ବିଜ୍ଞାନ ପ୍ରଶ୍ନମଞ୍ଚ ଆଦି ବିଭିନ୍ନ ବିଭାଗରେ ଶିଶୁ ବର୍ଗ ,ବାଲ ବର୍ଗ ଓ କିଶୋର ବର୍ଗ କୁ ନେଇ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ପିଲା ମାନଙ୍କ ର କିପରି ଉଜ୍ଜଳ ଭବିଷ୍ୟତ ଗଠନ କରାଯିବ ଏବଂ ଆଗାମୀ ଭବିଷ୍ୟତ ରେ ବିକଶିତ ଓଡିଶା ବିକଶିତ ଭାରତ ଗଠନ କରିବାରେ ଛାତ୍ର ଛାତ୍ରୀ ମାନଙ୍କ ର ଭୂମିକା ଯେ ବହୁ ଗୁରୁତ୍ଵପୂର୍ଣ୍ଣ ,ନିକଟ ବକ୍ତବ୍ୟରେ ସୂଚନା ଦେଇଥିଲେ ମୁଖ୍ୟ ଅତିଥି ତ୍ରିଦେବ ସାର୍ ।।। ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ପ୍ରତାପ ଚନ୍ଦ୍ର ବାରିକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ | ବିଦ୍ୟାଳୟ ର ସଭାପତି ସୁରେଶ ଚନ୍ଦ୍ର ଜେନା ଅତିଥି ମାନଙ୍କୁ ସମ୍ବର୍ଧନା କରିଥିବା ବେଳେ , ସମ୍ପାଦକ ନଗେନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | କାର୍ଯ୍ୟକ୍ରମ ରେ ସ୍କୁଲର ଗୁରୁଜୀ ଗୁରୁମା ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।