ଏମଏମଡିଆର ଖଣି ଆଇନ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ |

29

 କଟକ ( ଉତ୍କଳ ନ୍ୟୁଜ ) ୨୫-୦୮-୨୦୨୬ : ଏମଏମଡିଆର ସଂଶୋଧିତ ଖଣି ଆଇନ-୨୦୨୬ ପ୍ରତ୍ୟାହାର ଦାବିରେ ନୟାଗଡ଼ରେ ଇଣ୍ଡି ମେଣ୍ଟ ଅଂଶୀଦାର ଦଳ ପକ୍ଷରୁ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପୂର୍ବ ଡାକବଙ୍ଗଳାଠାରୁ ଶୋଭାଯାତ୍ରାରେ ଆସି ଆନ୍ଦୋଳନକାରୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରିଥିଲେ ।ଏହି ସମୟରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶାର ୨୦ ବିଜେପି ସାଂସଦଙ୍କ କୁଶପୁତ୍ତଳିକା ଦାହ କରି ନାରାବାଜି କରିଥିଲେ । ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ସ୍ୱାର୍ଥ କ୍ଷୁଣ୍ଣ ହେଉଥିବା ଅଭିଯୋଗ କରି ଆଇନ ପ୍ରତ୍ୟାହାର ଦାବି କରିଛନ୍ତି ବିକ୍ଷୋଭକାରୀ ।ଆଇନ ପ୍ରତ୍ୟାହାର ନହେଲେ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ସହ ଆବଶ୍ୟକ ପଡ଼ିଲେ ଓଡ଼ିଶା ବନ୍ଦ କରାଯିବ ବୋଲି ଇଣ୍ଡି ମେଣ୍ଟ ନେତାମାନେ ଚେତାବନୀ ଦେଇଛନ୍ତି ।