ଅଶାନ୍ତ ସାଜିଛି ତଳକାଁପଡା, ପୂର୍ବ ଶତୃତାକୁ କେନ୍ଦ୍ରକରି ବୋମା ମାଡ ଓ ଆକ୍ରମଣ। ଉଭୟ ପକ୍ଷରୁ ୧୦ ଗୁରୁତର।

225

କଟକ (ଉତ୍କଳ ନ୍ୟୁଜ ) ୧୭-୦୪-୨୦୨୫ : ଅଶାନ୍ତ ସାଜିଛି ତଳକାଁପଡା, ପୂର୍ବ ଶତୃତାକୁ କେନ୍ଦ୍ରକରି ବୋମା ମାଡ ଓ ଆକ୍ରମଣ। ଉଭୟ ପକ୍ଷରୁ ୧୦ ଗୁରୁତର। ସେମାନଙ୍କ ମଧ୍ଯରୁ ସଂକଟାପନ୍ନ ହୋଇଥିବା ଜଣେ ବ୍ୟକ୍ତିକୁ କଟକ ସ୍ଥାନାନ୍ତର କରଯାଇଥିବା ସୂଚନା ମିଳିଛି। ଏତତ ବ୍ୟତିତ କେତେକ ଆହତ ହୋଇଥିବା ଜଣାଯାଇଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଏସଡିପିଓ ସ୍ଥିତି ପରଖିଥିବା ବେଳେ ଆଇଆଇସିଙ୍କ ସମେତ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଗତ ବିଧନ ସଭା ନିର୍ବାଚନ ପରେ ଏହି ଗାଁରେ ବିଜେଡି ଓ ବିଜେପି ମଧ୍ଯରେ ରାଜନୈତିକ ଶତ୍ରୁତା ଲାଗି ରହିଛି। ବାରମ୍ବାର ଗୋଷ୍ଠି ସଂଘର୍ଷ ହେଉଥିଲେ ହେଁ ପୋଲିସର ଭୂମିକା ଉପରେ ଅଞ୍ଚଳବାସୀ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ଗତକାଲିର ବୋମାମାଡ ପୋଲିସର ପାରିଆ ପଣିଆ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଜେଡି ପକ୍ଷରୁ ୭ ଜଣ ଗୁରୁତର ଆହତ ହୋଇଥିବା ବିଜେପିର ୩ ଜଣ ଆହତ ହୋଇଥିବା କୁହାଯାଉଛି। ଗତକାଲି ରାତିରେ ଗାଁର କେତେକ ବ୍ୟକ୍ତି ରମେଶ ମଲ୍ଲିକଙ୍କ ଘର ପାଖରେ ଆସି ଗାଳିଗୁଲଜ କରିବା ସହିତ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲେ। ଏଥିରେ ତାଙ୍କ ପରିବାର ଲୋକେ ପ୍ରତିବାଦ କରିବାରୁ ଅନ୍ୟ ଗୋଷ୍ଠିର ଲୋକ ମାନେ ସେମାନଙ୍କୁ ଆକ୍ରମଣ କରିବା ସହିତ ହାତ ବୋମା ଫୋଫାଡ଼ି ଥିଲେ। ଫଳରେ ଏଥିରେ ୭ରୁ ଅଧିକ ଆହତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ମହିଳା ଅଛନ୍ତି। ଖବର ପାଇଁ ଘଟଣା ସ୍ଥଳରେ ପୋଲିସ ପହଂଚି ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ତିହିଡି ଓ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଛି। ଏବେବି ଗାଁରେ ଉତ୍ତେଜନା ମୂଳକ ପରିସ୍ଥିତି ଦେଖା ଦେଉଛି। ପୋଲିସ ନିଜ ତରଫରୁ ଏକ ମାମଲା ରୁଜୁ କରି ତଦନ୍ତ ଚଳାଉଥିବା ବେଳେ ସାଇଣ୍ଟିଫିକ ଟିମ ମଧ୍ଯ ଅନୁସନ୍ଧାନ କରିଥିବା ସୂଚନା ମିଳିଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |