ବହୁଚର୍ଚ୍ଚିତ ମାନସ ଅପହରଣ ଓ ହତ୍ୟା ଘଟଣା, ଶର୍ମିଷ୍ଠାଙ୍କୁ ନେଇ ପଳାସପୁର ହେଲା କ୍ରାଇମ୍ ସିନ୍ ରିକ୍ରିଏସନ।

550

କଟକ (ଉତ୍କଳ ନ୍ୟୁଜ) ୦୧-୦୪-୨୦୨୨: ବହୁଚର୍ଚ୍ଚିତ ମାନସ ଅପହରଣ ଓ ହତ୍ୟା ଘଟଣା, ଶର୍ମିଷ୍ଠାଙ୍କୁ ନେଇ ପଳାସପୁର ହେଲା କ୍ରାଇମ୍ ସିନ୍ ରିକ୍ରିଏସନ। କ୍ରାଇମ୍ ସିନ୍ ରିକ୍ରିଏସନ ପାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପଳାଶପୁର ଠାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍। ଶର୍ମିଷ୍ଠା ରାଉତଙ୍କୁ ଘଟଣା ସ୍ଥଳକୁ ନିଆଯାଇଛି। ଅନ୍ୟ ୩ ଅଭିଯୁକ୍ତ ଝୁନା ଭୋଇ, ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ପଳାଶପୁରରେ ଦେଖିବାକୁ ମିଳି ନଥିଲା। ଘଟଣା ସ୍ଥଳରେ ଲୋକାରଣ୍ୟ ଯୋଗୁ କ୍ରାଇମ୍ ସିନ୍ ରିକ୍ରିଏସନ ପାଇଁ କ୍ରାଇମବ୍ରାଞ୍ଚ ନାକେଦମ୍ ହେବାକୁ ପଡିଥିଲା। ଲୋକାରଣ୍ୟକୁ ଦୃଷ୍ଟିରେ ରଖି କ୍ରାଇମ୍ ସିନ୍ ରିକ୍ରିଏସନ ସ୍ଵଳ୍ପ ସମୟ ମଧ୍ୟରେ ସମାପ୍ତ କରିଛି କ୍ରାଇମବ୍ରାଞ୍ଚ। ପରେ ପଳାଶପୁରରୁ କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ଧରି ଅନ୍ୟତ୍ର ଯାଇଥିବା ସୂଚନା ମିଳିଛି। ଭଦ୍ରକ ରୁ ସଞ୍ଜୟ ଦାସ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |