ସୁସ୍ଥ ହେବାପରେ ଗୋମାତାଙ୍କୁ ଗୋଶାଳାରେ ଛଡାଗଲା, ମୁସଲମାନ ବସ୍ତିରୁ ପିକ୍ଅପ ଭ୍ୟାନରେ ବୋଝେଇ ହୋଇଥିବା ୨୦ ଗୋମାତା ଓ ୨ଟି ଷଣ୍ଢ ଉଦ୍ଧାର ଘଟଣା।

181

କଟକ (ଉତ୍କଳ ନ୍ୟୁଜ ) ୧୨-୧୨-୨୦୨୪ : ସୁସ୍ଥ ହେବାପରେ ଗୋମାତାଙ୍କୁ ମଇତାପୁର ଗୋଶାଳାରେ ଛଡାଗଲା। ଆଜି ଭୋରୁ ପୀରହାଟ ପାଢୀସାହି ମୁସଲମାନ ବସ୍ତିରୁ ପିକ୍ଅପ ଭ୍ୟାନରେ ବୋଝେଇ ହୋଇଥିବା ୨୦ ଗୋମାତା ଓ ୨ଟି ଷଣ୍ଢ ଉଦ୍ଧାର ହୋଇଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କଡ୍ଡା ନଜର ସତ୍ୱେ ବି ମାଫିଆମାନେ ଗୋ-ଚାଲାଣ କରିବାରେ ତିଳେମାତ୍ର ନରମି ନାହାଁନ୍ତି । ରାତିରେ ଗୋରୁ ବୋଝେଇ କରି ଚାଲାଣ କରିବାକୁ ଉଦ୍ୟମ କରୁଥିବା ବେଳେ ଭଦ୍ରକ ଜିଲ୍ଲା ଜିଲ୍ଲା ପୀରହାଟ ପୋଲିସ ଧରିବାରେ ସକ୍ଷମ ହୋଇଛି । ପୋଲିସକୁ ଦେଖି ଚାଳକ ସମେତ ମାଫିଆମାନେ ମଧ୍ୟ ଫେରାର୍ ହୋଇ ଯାଇଥିଲେ । ଏକ ଛୋଟିଆ ପିକ୍‌ଅପ୍ ଭ୍ୟାନ୍‌ରେ ଧାନ ବସ୍ତା ଭଳି ଲୋଡ୍ କରାଯାଇଥିଲା ୨୨ଟି ଗୋମାତା ଓ ଷଣ୍ଢ । ଗାଡିକୁ ଥାନାକୁ ଆଣି ସ୍ଥାନୀୟ ଯୁବଗୋଷ୍ଠିଙ୍କ ସହଯୋଗରେ ତଳକୁ ଉହ୍ଲାଇ ଦିଆ ଯାଇଥିଲା। ତେବେ ଅତି ଦୟନୀୟ ଅବସ୍ଥାରେ ଗୋମାତାମାନେ ଛନ୍ଦିହୋଇ ଗାଡିରେ ଥିଲେ । କେତେକଙ୍କୁ ମୂମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଥିବା ପରିଲକ୍ଷିତ ହୋଇଛି । ସେମାନଙ୍କୁ ଖାଦ୍ୟ ଓ ପାଣି ଦେଇ ସୁସ୍ଥ ହେବାପରେ ଷଣ୍ଢଗୁଡିକୁ ବାହାରେ ଛାଡିବା ସହ ଗୋମାତାଙ୍କୁ ମଇତାପୁର ଗୋଶାଳାରେ ଛଡା ଯାଇଥିବା ଆଇଆଇସି ଅଜୟ ମୁର୍ମୁଙ୍କ ଠାରୁ ସୂଚନା ମିଳିଛି । ଏନେଇ ସଂଗୀନ ଦଫାରେ ଥାନାରେ ଏକ ମାମଲା ୨୬୬/୨୪ ରୁଜୁ କରା ଯାଇଛି । ତେବେ ଯେଉଁ ବ୍ୟକ୍ତିଙ୍କ ଘର ନିକଟରେ ଉକ୍ତ ଗୋରୁ ବୋଝେଇ ଗାଡି ଛିଡା ହୋଇଥିଲା ତାଙ୍କୁ ଓ ଆଖପାଖ ଲୋକଙ୍କୁ ଜେରା କରାଯିବ ଏବଂ ତଥ୍ୟ ମିଳିବା ପରେ ଚାଲାଣକାରୀଙ୍କ ବିରୋଧରେ କଡ୍ଡା ପଦକ୍ଷେପ ନିଆଯିବ ବୋଲି ମଧ୍ୟ କହିଛନ୍ତି । ଦୈନିକ ଟ୍ରପି୍ ଟ୍ରିପ୍ ଗୋମାତା ବାହାରକୁ ଚାଲାଣ ହେଉଛି । କେତେକ ସ୍ଥଳରେ ପୋଲିସ ହାତରେ ଧରା ପଡୁଛି ତ ଆଉ କେତେକ ପୋଲିସ ଆଖି ଧୂଳିଦେଇ ଖସି ପଳେଇ ଯାଉଛନ୍ତି । ଏତତ୍ ବ୍ୟତିତ ଦିନକୁ ଦିନ ଏହି ଅଞ୍ଚଳରେ ଷଣ୍ଢ ସଂଖ୍ୟା ହ୍ରାସ ପାଉଛି । ସମ୍ଭବତଃ ଏହି ମାଫିଆମାନେ ରାତିରେ ଗୋରୁ ସହ ସେଗୁଡିକୁ ଚାଲାଣ କରୁଛନ୍ତି। ଏ ଦିଗରେ ପୋଲିସ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ଜୋର ଧରିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।