କଟକ (ଉତ୍କଳ ନ୍ୟୁଜ ) ୭-୦୮-୨୦୨୫ : ଲୁହା ବିଦ୍ୟୁତ ପୋଲ ଚୋରି ଅଭିଯୋଗ ରେ ଆଉ ଜଣେ ଯୁବକ ଗିରଫ | ପୂର୍ବ ରୁ ଟାଙ୍ଗି ପୋଲିସ ପକ୍ଷ ରୁ ଏହି ଘଟଣା ରେ ୩ ଜଣ ଅଭିଯୁକ୍ତ ଙ୍କ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ , ଏ ନେଇ ଆଉ ଜଣେ ଯୁବକ କୁ ବାନ୍ଧିଛି ପୋଲିସ | ଯୁବକ ଜଣଙ୍କ ହେଉଛି ଜଗତପୁର ଅଂଚଳ ନିମିସେଇପୁର ଗ୍ରାମ ର ବସନ୍ତ ମଲ୍ଲିକ ଙ୍କ ପୁଅ ବିଶ୍ୱଜିତ ମଲ୍ଲିକ ( ୨୨ ) | ପୋଲିସ ସୂଚନା ଅନୁଯାୟୀ , ଵିଶ୍ଵାନକାହାଣୀ ଓ ପ୍ରମୋଦ ଉଦ୍ୟାନ ପାଖ ରେ ଲଗା ଯାଇଥିବା ଲୁହା ବିଦ୍ୟୁତ ପୋଲ ଗୁଡିକୁ କେହି ଦୁର୍ବୁର୍ତ୍ତ କାଟି ନେଇଯାଇଛନ୍ତି | ଏ ନେଇ ୨୭ /୬/୨୫ ରେ ଟାଙ୍ଗି ଥାନା ରେ ଏକ ଅଭିଯୋଗ କରାଯାଇଥିଲା | ଅଭିଯୋଗ କୁ ତଦନ୍ତ କରି ଟାଙ୍ଗି ଥାନା ଆଇଆଇସି ଶିବ ପ୍ରସାଦ ଭଦ୍ର ଏକ ଟିମ ଗଠନ କରି ତଦନ୍ତ ଚଳାଇଥିଲେ | ଏହି ଘଟଣା ରେ ପୂର୍ବ ରୁ ୩ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ | କାଲି ଆଉ ଜଣେ ଅଭିଯୁକ୍ତ ଙ୍କୁ ୧୧୭ / ୨୫ ମାମଲା ରେ ଗିରଫ କରି କୋର୍ଟ ଚାଲାଣ କରିଛି ଟାଙ୍ଗି ପୋଲିସ |