ଭିଜିଲାନ୍ସ ଜାଲରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଡିଭିଜନର ବରିଷ୍ଠ କିରାଣି |

19

କଟକ (ଉତ୍କଳ ନ୍ୟୁଜ ) ୧୩-୧୧-୨୦୨୫ : ଭିଜିଲାନ୍ସ ଜାଲରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଡିଭିଜନର ବରିଷ୍ଠ କିରାଣି | ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଡିଭିଜନର ବରିଷ୍ଠ କିରାଣି ଟି. ଭେଙ୍କଟଗିରି ରାଓ ଗୁରୁବାର ଲଂଚ ନେଉଥିବା ବେଳେ ଭିଜିଲାନ୍ସ ହାଥ ରେ ଧରାପଡ଼ିଛନ୍ତି | ତାଙ୍କ ସରକାରୀ କ୍ୱାର୍ଟର୍ସରେ ପେନ୍‌ସନ୍‌ ସୁବିଧା ବୃଦ୍ଧି ପାଇଁ ଫାଇଲ ପ୍ରକ୍ରିୟାକରଣ କରିବାକୁ ସେହି କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ (ଅଭିଯୋଗକାରୀ)ଙ୍କ ଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ରାଓ ବଲାଙ୍ଗୀରରେ ରହୁଥିବା ରାଜୀବନଗରସ୍ଥିତ ଭଡ଼ାଘରେ ଭିଜିଲାନ୍ସ ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପି ପୁଲସ୍ତି ଛତ୍ରିଆଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍‌ ଭଡ଼ା ଘରେ ଚଢ଼ାଉ ଜାରି ରଖିଛନ୍ତି।