ମଣିଆ ଗ୍ରାମ ମଙ୍ଗଳା ମନ୍ଦିରରୁ ଚୋରି ସାମଗ୍ରୀ ଉଦ୍ଧାର ସହ ୩ ଚୋର ଙ୍କୁ କୋର୍ଟ ଚାଲାଣ |

97

କଟକ (ଉତ୍କଳ ନ୍ୟୁଜ ) ୨୦-୦୨-୨୦୨୫ : ମଣିଆ ମଙ୍ଗଳା ମନ୍ଦିର ଚୋରି ଘଟଣା ରେ ୩ ଗିରଫ | ଟାଙ୍ଗି ଥାନା ଅନ୍ତର୍ଗତ ଉଚ୍ଚପଦା ପଂଚାୟତ ମଣିଆ ଗ୍ରାମ ରେ ଥିବା ମଙ୍ଗଳା ମନ୍ଦିର ରୁ ମା ଙ୍କ ଅଳଙ୍କାର ଚୋରି ଘଟଣା ରେ ଟାଙ୍ଗି ପୋଲିସ କୁ ମିଳିଛି ସଫଳତା | ଚୋରି ରେ ସମ୍ପୃକ୍ତ ମଣିଆ ଗ୍ରାମ ର ସଂଗ୍ରାମ ବାରିକ , ତପନ ମଲ୍ଲିକ ଓ ପ୍ରଶାନ୍ତ ଦେହୁରୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ |

ମନ୍ଦିର କବାଟ ଭାଙ୍ଗି ମା ଙ୍କ ସମସ୍ତ ଅଳଙ୍କାର ସହ ଘଣ୍ଟ , ପୂଜା ଥାଳି ଆଦି ଚୋରି ହୋଇଥିବା ଗ୍ରାମବାସୀ ମାନେ ଟାଙ୍ଗି ଥାନା ରେ ଅଭିଯୋଗ କରିଥିଲେ | ଅଭିଯୋଗ ପରେ ଟାଙ୍ଗି ଥାନା ଆଇଆଇସି ଶିବପ୍ରସାଦ ଭଦ୍ର ସନ୍ଧାନୀ କୁକୁର ସହାୟତା ରେ ଘଟଣା ର ତଦନ୍ତ କରି ୩ ଜଣ ଲୁଟେରା ଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖ ରୁ ମନ୍ଦିର ର ଚୋରି ସାମଗ୍ରୀ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି |