ଭଣ୍ଡାରିପୋଖରୀ ପଙ୍ଗରେ ମାରଣାସ୍ତ୍ର ଦେଖାଇ ଲୁଟ୍।

242

କଟକ(ଉତ୍କଳ ନିଉଜ)୦୫/୧୨/୨୦୨୪ : ଭଦକ ଜିଲ୍ଲା ଭଣ୍ଡାରିପୋଖରୀ ପଙ୍ଗରେ ମାରଣାସ୍ତ୍ର ଦେଖାଇ ଲୁଟ୍। ପ୍ରଥମେ କୁକୁଡ଼ା ଭାଡ଼ି ଖୋଲିଲେ, ଘର ଲୋକେ ଘରୁ ବାହାରିବା ପରେ ବେକରେ ଛୁରୀ ଲଗାଇ ଲୁଟିଲେ। ଆଉ ବିରୋଧ କରିବାରୁ ହାଣିଲେ। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଧୀନ ନପଙ୍ଗରେ ଘଟିଛି ଘଟଣା । ୬ ଜଣ ଦୃର୍ବୁତ୍ତ ଘର ଭିତରେ ପଶି ଲୁଟ୍ କରିଛନ୍ତି। ସୂଚନା ଅନୁଯାୟୀ, ୬ ଜଣ ଅଜଣା ଦୃର୍ବୁତ୍ତ ପ୍ରଥମେ ଘର ସାମ୍ନାରେ ଥିବା କୁକୁଡ଼ା ଭାଡ଼ି ଖୋଲି ଦେଇଥିଲେ । କୁକୁଡ଼ାଙ୍କ ଶବ୍ଦ ଶୁଣି ଘର୍ ଲୋକେ ବାହାରକୁ ଆସିବାରୁ ଦୃର୍ବୁତ୍ତମାନେ ଘର ଭିତରକୁ ପଶି ଯାଇଥିଲେ। ମହିଳା ମାନଙ୍କ ବେକରେ ମାରଣାସ୍ତ୍ର ଲଗାଇ ସୁନା ଗହଣା ମାଗିଥିଲେ। ନ ଦେବାରୁ ଛୋଟ ପିଲାଙ୍କୁ ମାରିବାର ଧମକ ଦେଇଥିଲେ । ପରେ ଘରର ପୁରୁଷ ଲୋକେ ବିରୋଧ କରିବାରୁ ଆକ୍ରମଣ କରିଥିଲେ । ଏହି ଘଟଣାରେ ଘରର ୪ ଜଣ ଆହତ ହୋଇଥିବା ବେଳେ ଦୃର୍ବୁତ୍ତ ଲୁଟ କରିବା ପରେ ଫେରାର ହୋଇଛନ୍ତି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନିଉଜ |