ମୋବାଇଲ, ବ୍ୟାଗ ଓ ନଗଦ ଟଙ୍କା ଚୋରୀ ଅଭିଯୋଗରେ କଳାକାର ଗିରଫ୍ |

271

କଟକ (ଉତ୍କଳ ନ୍ୟୁଜ ) ୧୬-୧୦-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ପୁରୁଣାବଜାରସ୍ଥିତ ଏକ ଡ୍ୟାନ୍ସ ଗୃପର ସମସ୍ତ କଳାକାର ଘରେ ଶୋଇଥିବା ବେଳେ ୭ଟି ମୋବାଇଲ୍‌, ନଗଦ୍ ଟଙ୍କା, ୨ଟି ବ୍ୟାଗ ଓ ୪ଟି ଚାର୍ଜର ଚୋରୀ ଅଭିଯୋଗରେ ଜଣେ କଳାକାର ଗିରଫ୍ ହୋଇଥିବା ସୂଚନା ମିଳିଛି । ଗିରଫ୍ ଅଭିଯୁକ୍ତ ବାଲେଶ୍ୱର ଜିଲ୍ଲା କଲ୍ୟାଣୀ ଅଞ୍ଚଳର ଜୟନ୍ତ କୁମାର ଦତ୍ତ (୨୭) ବୋଲି ଥାନା ସୂତ୍ରରୁ ସୂଚନା ମିଳିଛି । ଡ୍ୟାନ୍ସ ଗୃପର ମାଲିକ ବରୁଣ ନାୟକଙ୍କ ଏତଲା କ୍ରମେ ପୋଲିସ ଏକ ମାମଲା ୪୬୬/୨୪, ଦଫା ୩୦୩(୨) ବିଏନଏସ ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ୍ କରିବାରେ ସକ୍ଷମ ହୋଇଛି । ଗରିଫ୍ ପରେ ଅଭିଯୁକ୍ତଙ୍କ ଠାରୁ କେବଳ ୭ଟି ମୋବାଇଲ୍ ଓ ବ୍ୟାଗକୁ ଜବତ୍ କରିଥିବା ଜଣାଯାଇଛି । ଅଭିଯୁକ୍ତ ଜୟନ୍ତ ଏହି ଡ୍ୟାନ୍ସ ଗୃପରେ ପ୍ରାୟ ଦେଢ ବର୍ଷ ଧରି କାମ କରୁଥିଲା । ଏହି ଡ୍ୟାନ୍ସ ଗୃପରେ ଜନୈକା ଯୁବତୀ କଳାକାଳଙ୍କ ସହ ଜୟନ୍ତର ପ୍ରେମ ସମ୍ପର୍କ ଗଢି ଉଠିଥିଲା ମାତ୍ର କୌଣସି କାରଣରୁ ପ୍ରାୟ ୪ ମାସ ତଳେ ଯୁବତୀ ପକ୍ଷରୁ ବ୍ରେକ୍‌ଅପ୍ ହୋଇଥିଲା । ଯାହାକୁ ନେଇ ଜୟନ୍ତ ଅତ୍ୟନ୍ତ ରାଗାନ୍ୱିତ ହୋଇଥିଲା । କିଛିଦିନ ତଳେ ରାତିରେ ଶୋଇଥିବା ବେଳେ ଜୟନ୍ତ ଏପରି ଚୋରୀ କରିଥିବା ଜଣାପଡିଥିଲା । ବହୁ ଖୋଜାଖୋଜି କରିବା ପରେ ଜୟନ୍ତ ସାମଗ୍ରୀ ଫେରସ୍ଥ ନଦେବାରୁ ଥାନାରେ ଏତଲା ଦିଆଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |