ସାନ ଭାଇ ର ତଣ୍ଟି କାଟି ଜେଲ ଗଲା ବଡ଼ ଭାଇ |

417

କଟକ (ଉତ୍କଳ ନ୍ୟୁଜ ) ୦୧-୦୬-୨୦୨୫ : ପାରିବାରିକ କଳହ ର କରୁଣ ଚିତ୍ର | ଭାଇ କାଟିଲା ଭାଇ ର ବେକ | ଅଳ୍ପକେ ରକ୍ଷା ପାଇଲା ଭାଇ | ରବିବାର ଚୌଦ୍ୱାର ଵଧି ପାର୍କ ରେ ଘଟିଥିବା ଏପରି ଏକ ଘଟଣା ର ତଦନ୍ତ କରି ଘଟଣା ର ଖୁଲାସା କରିଛି ଚୌଦ୍ୱାର ଥାନା ପୋଲିସ | ଘଟଣା ଅନୁଯାୟୀ , ରବିବାର ଚୌଦ୍ୱାର ଵଧି ପାର୍କ ରେ ତ୍ରିନାଥ ମହାପାତ୍ର କୁ ରକ୍ତାକ୍ତ ଅବସ୍ଥା ରେ ଉଦ୍ଧାର କରି କଟକ ମେଡିକାଲ ନେଇ ତାର ଜୀବନ ବଞ୍ଚାଇଥିଲେ ଚୌଦ୍ୱାର ପୋଲିସ | ଅଭିଯୋଗକାରୀ ଢେଙ୍କାନାଳ ଗୋବିନ୍ଦପୁର ଗ୍ରାମ ର ସଚ୍ଚିଦାନନ୍ଦ ମହାପାତ୍ର ଙ୍କ ପୁଅ ତ୍ରିନାଥ ମହାପାତ୍ର ର ଅଭିଯୋଗ ଅନୁଯାୟୀ , କେଶ ୩୨୯/୨୫ ରେ ତଦନ୍ତ କରି ତ୍ରିନାଥ ଙ୍କୁ ଆକ୍ରମଣ କରିଥିବା ତାର ବଡ଼ ଭାଇ ବିବେକାନନ୍ଦ ମହାପାତ୍ର ଓ ପଡୋଶୀ ପ୍ରିୟବ୍ରତ ମହାପାତ୍ର ଙ୍କୁ ଗିରଫ କରିଛି | ପାରିବାରିକ କଳହ କୁ ନେଇ ସାବତ ଭାଇ ବିବେକାନନ୍ଦ ଚୌଦ୍ୱାର ଚୁଡାଖିଆ ଠାରେ ଭଡା ରେ ରହୁଥିବା ତ୍ରିନାଥ କୁ ମାରିବାର ଯୋଜନା କରି ଵଧି ପାର୍କ କୁ ଡାକି ସାଙ୍ଗ ହୋଇ ମଦ ପିଇଥିଲେ |ପରେ ତ୍ରିନାଥ କୁ ମରଣାତ୍ମକ ଆକ୍ରମଣ କରିଥିଲେ | ତେବେ ତ୍ରିନାଥ କୌଶଳ କ୍ରମେ ଜୀବନ ବଞ୍ଚାଇ ଖସି ଆସି ଲୋକ ଙ୍କୁ ସାହାଯ୍ୟ ପାଇଁ ଡାକ ପକାଇଥିଲା | ସ୍ଥାନୀୟ ଲୋକେ ଚୌଦ୍ୱାର ପୋଲିସ କୁ ଖବର ଦେବା ପରେ ଚୌଦ୍ୱାର ଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ୱ ରଞ୍ଜନ ସାହୁ ଟିମ ସହ ଘଟଣା ସ୍ଥଳ ରେ ପହଂଚି ତ୍ରିନାଥ କୁ ମେଡିକାଲ ପଠାଇଥିଲେ | ପରେ ସାଇଣ୍ଟିଫିକ ଟିମ ଡକାଇ ଘଟଣା ର ତଦନ୍ତ କରିଥିଲେ | ତଦନ୍ତ ପରେ ଆଜି ଚୌଦ୍ୱାର ପୋଲିସ ର ଏକ ଟିମ ଢେଙ୍କାନାଳ ଗୋବିନ୍ଦପୁର ନିକଟ ରୁ ଦୁଇ ଅପରାଧୀ ବିବେକାନନ୍ଦ ମହାପାତ୍ର ଓ ପ୍ରିୟବ୍ରତ ମହାପାତ୍ର କୁ ଗିରଫ କରିବା ସହ ସେମାନଙ୍କ ଠାରୁ ହତ୍ୟା ରେ ବ୍ୟବହୃତ ଦୁଇଟି ଛୁରୀ , ଦୁଇଟି ମୋବାଇଲ ଫୋନ ଓ ଏକ ପଲସର ବାଇକ ଜବତ କରି ଦୁଇ ଜଣଙ୍କୁ କୋର୍ଟ ଫରୱାର୍ଡ଼ କରିଛି |