ଡି ବ୍ରଦର୍ସ ଙ୍କ ଘରୁ ପୁଣି ବନ୍ଧୁକ ଓ ଗୁଳି ଜବତ |

405

କଟକ(ଉତ୍କଳ ନିଉଜ) ଡି ବ୍ରଦର୍ସ ଙ୍କ ସିଡିଏ ସ୍ଥିତ ବାସଭବନ ରୁ ପୁଣି ବନ୍ଧୁକ ଗୁଳି ଜବତ ହେଇଚି | କମିସନରେଟ ପୋଲିସ ଡି ବ୍ରଦର୍ସ ଙ୍କୁ ତିନି ଦିନିଆ ରିମାଣ୍ଡ ରେ ଆଣି ସିଡିଏ ସ୍ଥିତ ବାସଭବନ କୁ ନେଇ ଅଧିକ ଯାଞ୍ଚ କରିଥିଲା ଯାଞ୍ଚ ବେଳେ ପୁଣି ତିନୋଟି ବନ୍ଧୁକ ସମେତ ୧୭୦ ରାଉଣ୍ଡ ଗୁଳି ଜବତ ହେବାର ସୂଚନା ମିଳିଛି |ପୂର୍ବରୁ ଡି ବ୍ରଦର୍ସ ଙ୍କ ଘରୁ ୮ ଟି ବନ୍ଧୁକ ସହ ୧୦୫୫ ରାଉଣ୍ଡ ଗୁଳି ଜବତ କରିଥିଲା କମିସନରେଟ ପୋଲିସ |ପ୍ରକାଶ ଥାଉ କି କିଛି ଦିନ ତଳେ ଚୌଦ୍ୱାର ଥାନା ଅଂଚଳ ରୁ ଥାନା ଅଧିକାରୀ ବିରଂଚି ନାରାୟଣ ପତି ଦୁଇ ଜଣ ବନ୍ଧୁକ ବେପାରୀ ଙ୍କୁ ଧରିବା ପରେ ଦିବ୍ରଦର୍ସ ର ବନ୍ଧୁକ ବେପାରୀ ର କାର୍ସାଦି ପର୍ଦାଫାଶ ହୋଇପାରିଥିଲା |