ସଡକ-୨ କୁ ୧କୋଟି ରୁ ଅଧିକ ଡ଼ିସଲାଇକ

293

କଟକ (ଉତ୍କଳ ନିଉଜ଼) ବଲିଉଡ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ଫିଲ୍ମ ସଡକ -୨ ର ପୋଷ୍ଟର ରିଲିଜ ହେବ ସମୟରେ ଫିଲ୍ମଟି ବିବାଦରେ ଛନ୍ଦି ହୋଇପଡ଼ିଥିଲା | ୧୨ ଅଗଷ୍ଟରେ ଫିଲ୍ମର ଟ୍ରେଲର ୟୁଟ୍ୟୁବ ରେ ରିଲିଜ ହୋଇଛି | ୟୁଟ୍ୟୁବରେ ଏହି ଟ୍ରେଲର ଟି ଟ୍ରେଣ୍ଡ କରୁଥିଲେ ମଧ୍ୟ ବଡ କଥା ହେଉଛି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଟ୍ରେଲରକୁ ୧୦ମିଲିୟନ ଅର୍ଥାତ ୧କୋଟି ରୁ ଅଧିକ ଲୋକ ଡିସଲାଇକ କରିସାରିଛନ୍ତି | ଆଓ ଏହା ଏବେ ବଲିଉଡର ଚର୍ଚ୍ଚ ର ବିଷୟ ପାଲିଟିଛି | ଫିଲ୍ମରେ ଆଲିଆ ଭଟ୍ଟ , ସଞ୍ଜୟ ଦତ୍ତ ଓ ଆଦିତ୍ୟ ରୟ କପୁର ଅଭିନୟ କରିଛନ୍ତି | ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଅସନ୍ତୋଷ ଥିବା ତାଙ୍କ ଫ୍ୟାନ ମାନେ ମହେଶ ଭଟ୍ଟ ନେପୋଟିଯିମକୁ ସପୋର୍ଟ କରୁଥିବା ଅଭିଯୋଗ କରି ଟ୍ରେଲର କୁ ଡିସଲାଇକ କରିଛନ୍ତି | ତେଣୁ ୟୁଟ୍ୟୁବ ରେ ସଡକ-୨ ଟ୍ରେଲର ସବୁଠାରୁ ଅଧିକ ଡିସଲାଇକ ହୋଇଥିବା ଭିଡ଼ିଓ ରେ ପରିଣତ ହୋଇଛି |