କଟକ (ଉତ୍କଳ ନ୍ୟୁଜ) ରିଆଲିଟି ଜଗତ ଜଣାଶୁଣା ନ ତଥା ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ଙ୍କୁ ଗିରଫ କରିଛି ଏନସିବି | ସେ ଓ ତାଙ୍କ ସ୍ୱାମୀ ରହୁଥିବା ଘରୁ ଏନସିବି ଚଢ଼ାଉ କରି ଗଂଜେଇ ଜବତ କରିଥିଲେ | ତେବେ ଏନସିବି ତାଙ୍କୁ ଜେରା ପାଇଁ ସମନ ଜାରି କରିଥିଲେ | ତାପରେ ଜେରା କରିବା ପରେ ତାଙ୍କୁ ଏନସିବି ଗିରଫ କରିଥିବା ସୂଚନା ମିଳିଛି | ସୂଚନା ମୁତାବିକ , ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ସାମନାକୁ ଆସିଥିବା ଡ୍ରଗ୍ସ ମାମଲାରେ ଏନସିବି ଲଗାତାର ଚଢ଼ାଉ ଜାରି ରଖିଛି |