କଟକ (ଉତ୍କଳ ନ୍ୟୁଜ) ୨୪.୫.୨୦୨୫ : ଓଡ଼ିଶାର କାଶିକା ମିଶ୍ର ଦେଶର ମହିଳା ଆମେଚର ଗଲ୍ଫରଙ୍କ ମଧ୍ୟରେ ଶୀର୍ଷସ୍ଥାନ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି | ରାଜ୍ୟର ପ୍ରଥମ ଗଲ୍ଫର ହେବାର ଗୌରବ ଅର୍ଜନ କରିଛନ୍ତି | ବିଗତ ଏକ ବର୍ଷର ନିରନ୍ତର ଶ୍ରେଷ୍ଠ ପ୍ରଦର୍ଶନ ଏବଂ ୧୩ ରୁ ୧୬ ମେ ପର୍ଯ୍ୟନ୍ତ ରୟାଲ କଲିକତା ଗଲ୍ଫ କ୍ଲବରେ ଅନୁଷ୍ଠିତ ଆଇଜିୟୁ ପଶ୍ଚିମବଙ୍ଗ ଲେଡ଼ିଜ ଆଣ୍ଡ ଜୁନିଅର ଗାର୍ଲସ ଗଲ୍ଫ ପ୍ରତିଯୋଗିତାରେ ସଦ୍ୟତମ ସ୍ଥାନ ସହିତ , କାଶିକା ୧୬ ପଏଣ୍ଟର ଅଗ୍ରଣୀ ସହିତ ଚତୁର୍ଥ ସ୍ଥାନରୁ ଉପରକୁ ଉଠି ପ୍ରଥମ ସ୍ଥାନରେ ପହଂଚିଛନ୍ତି | ଏହି ଅବସରରେ ଗୁରୁବାର କାଶିକା ରାଷ୍ଟ୍ରପାତି ଭବନରେ ମାନ୍ୟବର ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କୁ ଭେଟିବାର ସୌଭାଗ୍ୟ ପାଇଥିଲେ | ଏହି ଭେଟ ତାଙ୍କୁ ଆହୁରି କଠିନ ପରିଶ୍ରମ ଏବଂ ଆନ୍ତର୍ଜାତିକସ୍ତରରେ ଅଧିକ ଗୌରବ ହାସଲ କରିବାକୁ ପ୍ରରଣା ଦେଇଛି |