କଟକ (ଉତ୍କଳ ନ୍ୟୁଜ) ୨୦.୫.୨୦୨୫ : ସନରାଇଜର୍ସ ହାଇଦ୍ରାବାଦ ଠାରୁ ୬ ୱଇକେଟ ରେ ହାରିବା ପରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଚଳିତ ଆଇପିଏଲର ପ୍ଲେ ଅଫ ଦୌଡରୁ ବାଦ ପଡିଛି | ଅନ୍ୟପକ୍ଷରେ ପ୍ଲେ ଅଫରୁ ବାଦ ପଡି ସାରିଥିବା ହାଇଦ୍ରାବାଦ ତା"ର ଶେଷ ତିନି ମ୍ୟାଚ ଜିତି ସମ୍ମାନ ସହ ଅଭିଯାନ ଶେଷ କରିବା ଦିଗରେ ଗୋଟିଏ ପାଦ ଆଗକୁ ବଢ଼ିଛି | ଏହା ହାଇଦ୍ରାବାଦର ଦ୍ୱାଦଶ ମ୍ୟାଚ ରୁ ଚତୁର୍ଥ ବିଜୟ ଥିଲା ବେଳେ ଲକ୍ଷ୍ନୌର ଦ୍ଵାଦଶ ମ୍ୟାଚ ରୁ ସପ୍ତମ ପରାଜୟ ବାରଣ କରିବା ପରେ ଏହି ଦଳ ଲିଗ ରୁ ବିଦାୟ ନେବା ନିଶ୍ଚିତ ହୋଇଛି |ପୂର୍ବରୁ ଗୁଜୁରାଟ, ବେଙ୍ଗାଲୁରୁ , ଓ ପଞ୍ଜାବ ପ୍ଲେ ଅଫର କୁ ଯାଇ ସାରିଥିବାରୁ ବୁଧବାର ଖେଳିବାକୁ ଥିବା ମୁମ୍ବାଇ ଇଣ୍ଡିଅନ୍ସ ଓ ଦିଲ୍ଲୀ କ୍ୟାପିଟାଲସ ମ୍ୟାଚ ର ଗୁରୁତ୍ଵା ବଢିଛି | ମୁମ୍ବାଇ ଏହି ମ୍ୟାଚ ଜିତିଲେ ଚର୍ତୁଥ ଦଳ ଭାବେ ପ୍ଲେ ଅଫ ଖେଳିବା ଦିଲ୍ଲୀ ଜିତିଲେ ଉଭୟ ଦଳର ଶେଷ ଲିଗ ମ୍ୟାଚ ଫଳାଫଳକୁ ଅପେକ୍ଷା କରିବାକୁ ପଡିବ |