ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ |

92

କଟକ (ଉତ୍କଳ ନ୍ୟୁଜ ) ୨୯-୧୦-୨୦୨୫ : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ | ରାଉରକେଲା-ରାଞ୍ଚି ମୁଖ୍ୟ ରେଳପଥରେ ଏକ ମାଲବାହୀ ଟ୍ରେନ୍‌ ବୁଧବାର ଲାଇନଚ୍ୟୁତ ହୋଇଛି। ବାନୋ ଓ କନରାଓ୍ବା ଷ୍ଟେଶନ ମଧ୍ୟରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି। ତେବେ ଏହି ମାଲବାହୀ ଟ୍ରେନ୍‌ର ପ୍ରାୟ ୧୦ଟି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି। ଫଳରେ ରାଉରକେଲା-ରାଞ୍ଚି ରେଳପଥରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।