କଟକ ( ଉତ୍କଳ ନ୍ୟୁଜ ) ୩୦-୦୧-୨୦୨୬ : ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ଶ୍ୟାମସୁନ୍ଦରପୁର ପୁରରେ ସର୍ବଗିଳା ମେସିନରେ ଧାନପିଟାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ବିଜୟ ବେହେରା ବୋଲି ଜଣା ଯାଇଛି।ମୃତକଙ୍କ ପରିବାର ପକ୍ଷରୁ ଆଗତ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ୨୭/୨୬ ରୁଜୁ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ଥିବା ସୂଚନା ମିଳିଛି। ଅଭିଯୋଗ ମୁତାବକ, ଗତ ୨୮ ତାରିଖ ସନ୍ଧ୍ୟା ସମୟରେ ବିଜୟ ବେହେରା, କମ୍ଭୁନାଥ ବେହେରା ଓ ଭାନୁମତୀ ବେହେରା ସର୍ବଗିଳା ମେସିନରେ ଧାନ ଅମଳ କରୁଥିଲେ । ଭାନୁମତୀ ସେହି ସମୟରେ ମେସିନରୁ ବାହାରୁଥିବା ଧାନକୁ ଠୁଳ କରି ରଖୁଥିଲେ । ଗ୍ରାମର କଲ୍ୟାଣ ବେହେରା ସେହି ସମୟରେ ସେହି ସ୍ଥାନକୁ ଆସି ଧାନ ଅମଳ ବନ୍ଦ କରିବାକୁ କହିଥିଲେ।ବିଜୟ ବେହେରା ତାକୁ କହିଲା ଆଉ ଅଳ୍ପ ଧାନ ଅଛି ସରିଗଲେ ତମ ମଇଁଷି ଗୋଠକୁ ସଫା କରିଦେବ ବୋଲି କହିଥିଲେ। ଧାନ ଅମଳ ସମୟରେ ଗର୍ଦା ଉଡି ମହିଁଷି ଗୋଠରେ ପଡ଼ୁଥିଲା ବିଜୟ ମେସିନ ବନ୍ଦ ନକରିବାରୁ ଆଲୋକ ଓରଫ୍ ଗୁରୁକୃପା ପରମାନନ୍ଦ ବେହେରା ଉତ୍ୟକ୍ତ ହୋଇ ମେସିନ ବନ୍ଦ କରିଦେଲା। ସେହି ସମୟରେ ଶ୍ରୀକାନ୍ତ ବେହେରା, ଚିର ଚିନ୍ମୟ ସଚିଦାନନ୍ଦ ବେହେରା ଓ ଦୁର୍ଯ୍ୟୋଧନ ବେହେରା ଆସି ସେଠାରେ ପହଞ୍ଚିଲେ ଏବଂ ବିଜୟକୁ ମାରିଦେବା ଉଦ୍ଦେଶ୍ୟରେ ଏକଜୁଟ ହୋଇ କୁଟା ଭିତରେ ତଣ୍ଟି ଚିପି ମାଡିବସିଲେ ଓ ଶ୍ଵାସରୁଦ୍ଧ କରି ଜୀବନରୁ ମାରିଦେଲେ । ଡାକହୁଡି ପକାଇବାରୁ ଗ୍ରାମର କେତେକ ଲୋକ ଆସି ପହଞ୍ଚିଲେ। ସେତିକି ବେଳେ ନିରଞ୍ଜନ ବାରିକ, ମିଥୁନ ବାରିକ, ଭାଗୀରଥୀ ବାରିକ ହାତରେ ବାଡି ଧରି ସୁରେନ୍ଦ୍ର ବେହେରା, କମ୍ମୁନାଥ ଓ ନିରଞ୍ଜନ ବାରିକ ବାଡିରେ ପିଟି ମାରିଦେବା ପାଇଁ ଉଦ୍ୟମ କରିଥିଲେ । ପାଟିଶୁଣି ସେଠାରେ ପହଞ୍ଚିଥିବା କେତେକ ଗ୍ରାମବାସୀ ସେମାନଙ୍କୁ ଅଟକାଇଲେ। ମୁର୍ମୁର୍ଷ ଅବସ୍ଥାରେ ବିଜୟ ବେହେରାକୁ ତିହିଡି ଡାକ୍ତରଖାନାକୁ ନେଇ ଯାଇଥିଲେ। ବିଜୟର ଅବସ୍ଥା ସଂକଟାପନ୍ନ ଥିବାରୁ ଦେଖୁ ଭଦ୍ରକ ନେଇ ଯିବାକୁ କହିଲେ । ଭଦ୍ରକ ମୁଖ୍ୟ ଚିକିସାଳୟରେ ପହଞ୍ଚିବା ପରେ ସେଠାରେ ଡାକ୍ତର ବିଜୟକୁ ମୃତ ଘୋଷଣା କରିଥିବା ଅଭିଯୋଗରେ ଦର୍ଶା ଯାଇଛି। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ut