କଟକ ( ଉତ୍କଳ ନ୍ୟୁଜ ) ୦୨-୦୩-୨୦୨୬ : ଛାତ୍ର ଜୀବନରୁ ସେବା ମନୋଭାବ ନେଇ ବିଭିନ୍ନ ସମୟରେ ବୃକ୍ଷ ରୋପଣ, ୩୮ ଥର ରକ୍ତଦାନ, ଅସହାୟଙ୍କୁ କମ୍ବଳ ବଣ୍ଟନ, ଅନାଥ ଆଶ୍ରମ ଓ ବୃଦ୍ଧା ଆଶ୍ରମରେ ଅସହାୟଙ୍କୁ ସାହାଯ୍ୟ ସହଯୋଗ କରିବା ଆଦି କାର୍ଯ୍ଯ କରି ଜନ ମାନସ ପ୍ରଶଂସିତ ହୋଇଥିବା ତଥା ଯକ୍ଷ୍ମା ରୋଗର ପ୍ରତିକାର ପାଇଁ ସାଇକେଲ ଯୋଗେ ଭାରତ ଭ୍ରମଣ କରି ସଚେତନତା ସୃଷ୍ଟି କରିଥିବା ତ୍ରିଲୋଚନ ମହାଳିକଙ୍କୁ ରାଜ୍ୟ ସ୍ତରୀୟ ଯୁବ ପ୍ରତିଭା ସମ୍ମାନରେ ସମ୍ମାନୀତ କରା ଯାଇଛି। ଯାଜପୁର ଜିଲ୍ଲା କୁଆଖିଆସ୍ଥିତ ଲାୟନ୍ସ କ୍ଲବ ପରିସରରେ, "ଛୋଟ ମୋର ଗାଁଟି" ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକ ଉତ୍ସବରେରେ ତ୍ରିଲୋଚନଙ୍କୁ ରାଜ୍ୟ ସ୍ତରୀୟ ଯୁବ ପ୍ରତିଭା ସମ୍ମାନରେ ସମ୍ମାନୀତ କରା ଯାଇଛି। ଏହି ବାର୍ଷିକ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନେ ଅତିଥି ଭାବେ ଯୋଗଦେଇ ରାଜ୍ୟ ସ୍ତରୀୟ ଯୁବ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।