କଟକ ( ଉତ୍କଳ ନ୍ୟୁଜ ) ୦୩-୦୩-୨୦୨୬ ; ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଗାଁ ଠୁ ସହର ହୋଇଉଠେ ଉତ୍ସବ ମୁଖରିତ। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ସାଲେପୁର ପ୍ରସିଦ୍ଧ ମନୋହରପୁର ଦୋଳ ମେଳଣ ପଡ଼ିଆ ହୋଇଉଠିଛି ଉତ୍ସବ ମୁଖର। ମେଲଣ ପଡ଼ିଆକୁ ଝୁଲି ଝୁଲି ଆସିଥାନ୍ତି ଦୋଳ ବିମାନରେ ପ୍ରଭୁ ରାଧାକୃଷ୍ଣ। ଘଣ୍ଟ ଘଣ୍ଟା ବାଜା ମାଦଳ ସହିତ ରଙ୍ଗୀନ ଆଲୋକ ମାଳାରେ କମ୍ପି ଉଠୁଛି ମେଲଣ ପଡ଼ିଆ l ପଡ଼ିଆରେ ଏକାଠି ହୋଇଛନ୍ତି ୪୨ଗୋଟି ଦୋଳ ବିମାନ। ଜିଗ୍ନିପୁର ପ୍ରଭୁ ବଳଭଦ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲେ।ମେଲଣ। ପ୍ରତ୍ୟେକ ବିମାନରେ ପୂଜାପାଉଛନ୍ତି ରାଧାକୃଷ୍ଣ।। ମନୋହରପୁର ଓ ଆଖପାଖ ଅଞ୍ଚଳର ୪୨ଖଣ୍ଡ ବିମାନ ମେଲଣ ପଡ଼ିଆରେ ଏକତ୍ରିତ ହୋଇଥାନ୍ତି ରାଧାକୃଷ୍ଣଙ୍କ ଦୋଳ ବିମାନ। ମନୋହରପୁର ବିମାନ ମୁଖ୍ୟବିଭାନ ହୋଇ ଥାନପତି ରାଧାମୋହନ ଭାବେ ପ୍ରଥମେ ପଡ଼ିଆରେ ପ୍ରବେଶ କରିବା ପରେ ବିଭିନ୍ନ ଗ୍ରାମରୁ ଆସିଥିବା ୪୨ ଗୋଟି ବିମାନ ପଡ଼ିଆରେ ଏକତ୍ରିତ ହୋଇଥାନ୍ତି। ଏକତ୍ରିତ ହେବା ପରେ ଚାଲେ ମେଲାଣ। ବିମାନ ବସିବା ପରେ ଭୋଗ ଲାଗି ହୋଇଥାଏ। ଭୋଗ ଲାଗି ପରେ ବେଶ ଧୁମଧାମରେ ଚାଲେ ମେଲଣ। ପରେ ବିମାନ ଗୁଡିକ ଉଠନ୍ତି। ମେଲଣ ଶେଷ ହେବା ପରେ ପଡ଼ିଆରୁ ବିଦାୟ ନେଇଥାନ୍ତି ପ୍ରଭୁ। ପ୍ରଭୁଙ୍କ ଏଭଳି ରୂପକୁ ଦେଖିବା ପାଇଁ ମେଳଣ ପଡ଼ିଆରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଏପଟେ ମେଳଣ ପଡ଼ିଆରେ ଘରକରଣା ସାମଗ୍ରୀ ସହ ଗୁପଚୁପ, ଚାଟ ଦୋକାନରେ ଭିଡ଼ ଦେଖିବାକୁ ମିଳିଛି। କଟକ ଜିଲ୍ଲା ସାଲେପୁର ରୁ ବାବୁଲି ବାରିକ ଉତ୍କଳ ନିୟୁଜ