କଟକ ( ଉତ୍କଳ ନ୍ୟୁଜ ) ୦୪-୦୩-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ସେନବାଡ ଗାଁର ଆରାଧ୍ୟ ଦେବତା ଶ୍ରୀଶ୍ରୀ ଦୋଳଗୋବିନ୍ଦ ଜୀଉଙ୍କ ବାର୍ଷିକ ମହୋତ୍ସବ ଆରମ୍ଭ ହୋଇ ଯାଇଛି । ଏହା ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ମଙ୍ଗଳବାର ସଂଧ୍ୟାରେ କଳସ ଶୋଭାଯାତ୍ରା ଓ ନାମ ସଂକୀର୍ତ୍ତନ କରାଯାଇ ପୂଜାରମ୍ଭ ହୋଇଥିଲା । ବୁଧବାର ଓ ଗୁରୁବାର ସଂଧ୍ୟାରେ ବିଭିନ୍ନ କଳାକାରଙ୍କ ଦ୍ୱାରା ପାଲା ପରିବେଷଣ କାର୍ଯ୍ୟକ୍ରମ ରହିଥିବା ବେଲେ ମନୋରଞ୍ଜନ ପାଇଁ ଶୁକ୍ରବାର ଓ ଶନିବାର ସଂଧ୍ୟାରେ ମେଲୋଡି କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନ ରହିଛି । ସେହିପରି ଶେଷଦିନ ରବିବାର ସଂଧ୍ୟାରେ ମନ୍ଦିର ପ୍ରାଙ୍ଗଣ ପଡିଆରେ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ କାର୍ଯ୍ୟକ୍ରମ ରହିଛି । ଉକ୍ତ ପବିତ୍ର ମହୋତ୍ସବରେ ଶ୍ରୀ ଅଚ୍ୟୁତାନନ୍ଦଙ୍କ କୃତ ଲଉଡି ଓ ଓଗାଳ ପ୍ରତିଯୋଗିତା ପରିବେଷଣ ହେବ । ନିଖିଳ ଓଡିଶା ଯାଦବ ମହାସଭା ଆନୁକୂଲ୍ୟରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନା କରାଯାଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ ସଂସ୍କୃତି ସମ୍ପନ୍ନ ଉକ୍ତ ଐତିହାସିକ ମହାମିଳନ ପର୍ବରେ ଓଡିଶାର ବିଭିନ୍ନ କୋଣଅନୁକୋଣରୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ପୁରୁଖା ଯାଦବମାନେ ଆସିବାର କାର୍ଯ୍ୟକ୍ରମ ରହିଛି । କର୍ତ୍ତାଭାବେ ଉମାକାନ୍ତ ବାରିକ ଓ ସେବତୀ ବାରିକ ଏବଂ ପୂଜକ ରତ୍ନାକର ପାଣି ଦାୟିତ୍ୱ ନିର୍ବାହ କରୁଥିବା ବେଳେ କମିଟିର ସଭାପତି ନାରାୟଣ ପୃଷ୍ଟି, ସମ୍ପାଦକ ଶ୍ରୀଧର ଦାସ, ଉପସଭାପତି ରମାକାନ୍ତ ବାରିକ, ସହସମ୍ପାଦକ ଶରତ ପତିଡା, କୋଷାଧ୍ୟକ୍ଷ ରାଜେନ୍ଦ୍ର ନାରାୟଣ ବାରିକ, ଭାଗବତ ଦାସ, ମନୋରଞ୍ଜନ ବାରିକ, ଇଂ.ରବିନ୍ଦ୍ର ବାରିକ, ରମାକାନ୍ତ ବାରିକ, ପରମେଶ୍ୱର ଦାସ, ବୁଦ୍ଧିରାମ ବାରିକ, ସୁଦର୍ଶନ ବାରିକ, ବିମଳ ପରିଡା, ଦୀପକ ପରିଡା, ରଞ୍ଜନ ପରିହାରୀ, ସଞ୍ଜୟ ବାରିକ, ଶିବପ୍ରସାଦ ଦାସ ଓ କାଳନ୍ଦି ଦାସ ପ୍ରମୁଖ ଗ୍ରାମବାସୀଙ୍କ ପରିଚାଳନା କରୁଥିବା ଜଣାଯାଇଛି । ଏଠାରେ ସୂଚନା ଥାଉକି, ଏହି ମନ୍ଦିରରେ କୃଷ୍ଣ ବଳରାମ ପୂଜା ପାଆନ୍ତି । ୧୯୫୦ ମସିହା ଠାରୁ ଏହି ପରମ୍ପରା ବଜାୟ ରହିଥିବା ବେଳେ ଗ୍ରାମବାସୀ ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ୨୦୧୮ ମସିହାରେ ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି । ସେବେଠାରୁ ପବିତ୍ର ଦୋଳପୂର୍ଣ୍ଣମୀ ଅବସରରେ ମନ୍ଦିର କମିଟି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନିଆଯାଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |